Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିର: ଥଇଥାନ ପାଇଁ ଥାନା ଘେରାଉ, ସାମିଲ ହେଲେ ରାଜନେତା

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳରେ ତେଜିଲା ଜନ ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦକୁ ନେଇ ବିକ୍ଷୋଭ। ବିକ୍ଷୋଭରେ ସାମିଲ ହେଲେ କଂଗ୍ରେସ ଓ ବିଜେପି କର୍ମୀ। ଥଇଥାନ କରିବା ଦାବିରେ ଥାନା ଘେରାଉ କଲେ ଦୋକାନ ହରାଇଥିବା ବ୍ୟବସାୟୀ। ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି।ଏହାସହିତ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନେତା।

ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନକରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି। ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ପୋଲିସ ଫୋର୍ସ ମୁତୟନ କରିଛି ପ୍ରଶାସନ। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡିବସିଥିବା ମାର୍କେଟ କମ୍ପଲେକ୍ସର ଦୋକନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର।

Comments are closed.