Odisha Link
Bridging the Missing Links in Odisha

ଘରକୁ ଧକ୍କା ଦେଇ ଟ୍ରାକ୍ଟର୍‌ ଚାଳକ ମୃତ

ସମ୍ବଲପୁର :ଆଜି ସକାଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଧନୁପାଲି ଥାନା ଅଧୀନ ଭତରା ଛକ ପାଖରେ ଦୁର୍ଘଟଣା ହୋଇଛି । ଟ୍ରାକ୍ଟର୍‌ ଟି ଘରକୁ ଧକ୍କା ଦେଇଥିଲା । ଯାହି ଫଳରେ ଟ୍ରାକ୍ଟର୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ମୃତଙ୍କ ନାମ ଲିମସାରିଏନ୍‌ର ଶ୍ୟାମ ଓରାମ ।

 

ସେ ବେପରୁଆ ଭାବେ ଦ୍ରୁତ ଗତିରେ ଟ୍ରାକ୍ଟର୍‌ ଚଳାଉଥିଲେ । ଗାଡ଼ିଟି ତାଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତା ପାଖରେ ଥିବା ଗୋଟାଏ ଘରେ ଧକ୍କା ଦଇଥିଲା । ଶ୍ୟାମ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ପୋଲିସ OD 15K 8955 ନମ୍ବରବିଶିଷ୍ଟ ଟ୍ରାକ୍ଟର୍‌ ଓ ତା’ର ଟ୍ରଲିକୁ ଜବତ କରି , ଶ୍ୟାମଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.