Odisha Link
Bridging the Missing Links in Odisha

ଆସନ୍ତାକାଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ, ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକର କୁଳପତି ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୬ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଉଥିବା ରାଷ୍ଟ୍ରପତି ଭବନରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ୧୫୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର କୁଳାଧିପତି ଭାବରେ ବିଭିନ୍ନ ସମୟରେ ରାଷ୍ଟ୍ରପତି କୁଳପତିମାନଙ୍କ ସହ ଆଲୋଚନା କରିଥାନ୍ତି।

ଏହି ସମ୍ମିଳନୀରେ ଗବେଷଣା କ୍ଷେତ୍ରରେ ବିକାଶ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟମିତା କ୍ଷେତ୍ରରେ ନୂତନ ପଦ୍ଧତିର ବିକାଶ, ବିଦେଶୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷକ ନିଯୁକ୍ତି ଏବଂ ପୁରାତନ ଛାତ୍ର ପାଣ୍ଠି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ସମ୍ପର୍କିତ ବିଚାରଧାରା ଉପରେ ଉପସ୍ଥାପନା କରାଯିବ। ଏଥିରେ ୪୬ଟି ଉଚ୍ଚତର ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସମେତ କେନ୍ଦ୍ର ସାର ଓ ରସାୟନ, କୃଷି, ମାନବ ସମ୍ବଳ ବିକାଶ, ଶିଳ୍ପ ଓ ବାଣିଜ୍ୟ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଭାଗ ନେବେ। ଏହି ସମ୍ମିଳନୀରେ ଏଆଇସିଟିଇ ଅଧ୍ୟକ୍ଷ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

Comments are closed.