Odisha Link
Bridging the Missing Links in Odisha

ସିଏବି: ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହରତାଳ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି।ଆସନ୍ତା ୧୫ରୁ ୧୭ ତାରିଖ ୩ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆବେଙ୍କ ମଧ୍ୟରେ ଆସାମରେ ବୈଠକ ହେବାର ଥିଲା।

ଆଗାମୀ ଦିନରେ ନୂଆ ତାରିଖ ସମ୍ପର୍କରେ ଘୋଷଣା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି। ଏହି ସୂଚନା ପୂର୍ବରୁ ଆବେ ନିଜ ତରଫରୁ ଭାରତ ଗସ୍ତକୁ ବାତିଲ କରିବାକୁ ଚାହୁଁଥିବା ଖବର ପ୍ରକାଶ ପାଇଥିଲା।

ସୂଚନାଥାଉକି, ଆବେଙ୍କ ଗସ୍ତ ବାତିଲ ହେବା ପୂର୍ବରୁ ଗତକାଲି ବାଂଲାଦେଶର ବୈଦେଶିକ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସେମାନଙ୍କ ଭାରତ ଗସ୍ତ ବାତିଲ କରିଥିଲେ। ସିଏବିକୁ ବିରୋଧ କରି ଦୁଇ ଦିନ ହେଲା ଗୌହାଟୀରେ ବିକ୍ଷୋଭ ଓ ପୋଡ଼ାଜଳା ଜାରି ରହିଛି। ଏପରି କି ଗତକାଲି କର୍ଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

Comments are closed.