ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ ଅପାରଶକ୍ତି ଖୁରାନା

ମୁମ୍ବଇ: ବହୁ ଚଳଚ୍ଚିତ୍ରରେ ସହ କଳାକାର ଭାବେ ନଜର ଆସିଥିବା ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ ଅପାରଶକ୍ତି ଖୁରାନାଙ୍କୁ ଏବେ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ସୂଚନା ଅନୁସାରେ, ଦିନୋ ମୋରେଆଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ ଅପାରଶକ୍ତି ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିବେ। ଏହା ସହିତ ଅଭିନେତ୍ରୀ ପ୍ରନୂତନ ବହଲଙ୍କୁ ତାଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନାଁ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଅପାରଶକ୍ତି ‘ହାପି ଫିର୍ ଭାଗ୍ ଜାଏଗୀ’, ‘ବଦ୍ରୀନାଥ କି ଦୁହ୍ଲନିଆ’, ‘ଲୁକା ଛୁପି’, ‘ଜବରିୟା ଯୋଡ଼ି’, ‘ସ୍ତ୍ରୀ’, ‘ଦଙ୍ଗଲ’ ଏବଂ ‘ପତି ପତ୍ନୀ ଔର୍ ୱୋ’ ଆଦି ଅନେକ ଚଳଚ୍ଚିତ୍ରରେ ସହ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।