ଚିତ୍ରକୋଣ୍ଡାରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ପ୍ରଶାସନ ସବୁବେଳେ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍ପି ଶ୍ରୀ ହୃଷିକେଶ ଡି ହିଲାରୀ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। ହାନ୍ତାଳ ଗୁଡ଼ାଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ ସମ୍ୱୋଧିତ କରିଥିଲେ।