Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ବାଧ୍ୟତାମୂଳକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଜାତୀୟ ରାଜପଥର ସବୁ ଟୋଲଗେଟ୍ ରେ ଗାଡି ଲାଗି ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ। ଡିସେମ୍ବର ୧ତାରିଖରୁ ଏହା ଲାଗୁ ହେବାର ଥିଲା ତେବେ ପରେ ଏହାକୁ ଡିସେମ୍ବର ୧୫ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା।
ଟୋଲଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଅନେକ ଗାଡି ମାଲିକ ଏହି ଫାଷ୍ଟ ଟ୍ୟାଗ୍ ଲଗାଇ ନାହାନ୍ତି। ଜାତୀୟ ରାଜପଥରେ (ଏନଏଚଏଆଇ) କାଉଣ୍ଟରରେ ଏହି ଫାଷ୍ଟ ଟ୍ୟାଗ୍ ମିଳିବା ଲାଗି ବ୍ୟବସ୍ଥା କରାଯାଇଛି । ଏହାସହ ଫାଷ୍ଟ ଟ୍ୟାଗ୍ ଅନଲାଇନରେ ମଧ୍ୟ ମିଳିପାରିବ । କାଲିଠୁ ଟୋଲଗେଟରେ ନଗଦ ଟଙ୍କା ନିଆଯିବ ନାହିଁ l ଫାଷ୍ଟ ଟ୍ୟାଗ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିବ l କିନ୍ତୁ ଫାଷ୍ଟ ଟ୍ୟାଗ ବିଷୟରେ ଅନେକ ଗାଡି ମାଲିକ ଜାଣି ନାହାନ୍ତି । ଫଳରେ ସେମାନେ ଅଡୁଆରେ ପଡିବାର ଆଶଙ୍କା ରହିଛି ।

Comments are closed.