Odisha Link
Bridging the Missing Links in Odisha

ନୀତୀଶ-ପ୍ରଶାନ୍ତ କୁମାର ସାକ୍ଷାତକାର ଆଜି, କେଜରିଓ୍ବାଲଙ୍କ ବୟାନ ଚର୍ଚ୍ଚାରେ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ଜେଡିୟୁରେ ଫାଟ ସୃଷ୍ଟି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧେୟକକୁ ସମର୍ଥନ କରିବା ନେଇ ଦଳର ଉପସଭାପତି ତଥା ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଅସନ୍ତୋଷ ପ୍ରକାଶ କରିଛନ୍ତି।ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ପ୍ରଶାନ୍ତ କୁମାରଙ୍କ ମଧ୍ୟରେ ସାକ୍ଷାତକାର ହେବ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ପ୍ରଶାନ୍ତ କିଶୋର ଆଜି ଜେଡିୟୁ ଛାଡ଼ିବା ନେଇ ଘୋଷଣା କରିପାରନ୍ତି।

ଏଥିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କ ମନ୍ତବ୍ୟ ଚର୍ଚ୍ଚାରେ। କେଜରିଓ୍ବାଲ କହିଛନ୍ତି ଯେ, ଏବେ ପ୍ରଶାନ୍ତ କିଶୋର ଦିଲ୍ଳୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟୀ ପାଇଁ କାମ କରିବେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଥାଉକି, ଗତକାଲି ଟୁଇଟ୍ କରି ପ୍ରଶାନ୍ତ କିଶୋର କହିଥିଲେ ଯେ, ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ସଂସଦରେ ଏହି ବିଧେୟକ ପାରିତ ହୋଇଯାଇଛି। ଏବେ ଏହି ଆଇନକୁ ନ୍ୟାୟପାଳିକା ସହିତ ୧୬ ଅଣ ବିଜେପି ମୁଖ୍ୟମନ୍ତ୍ରୀ ବଞ୍ଚାଇ ପାରିବେ କହି ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ।

ଏବେ ତିନି ମୁଖ୍ୟମନ୍ତ୍ରୀ ପଞ୍ଜାବ, କେରଳ ଏବଂ ପଶ୍ଚିମବଙ୍ଗ ଏହି ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିସାରିଛନ୍ତି। ତେଣୁ ଅନ୍ୟ ଅଣ ବିଜେପି ମୁଖ୍ୟମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ଦରକାର ବୋଲି ସେ କହିଛନ୍ତି।

Comments are closed.