Odisha Link
Bridging the Missing Links in Odisha

କଂଗ୍ରେସ ହିଂସା ପାଇଁ ଛାତ୍ରଙ୍କୁ ଉସକାଉଛି : ସମ୍ବିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ନେଇ ଦେଶର କିଛି କିଛି ସ୍ଥାନରେ ଲାଗି ରହିଛି ବିରୋଧ। ସିଏଏକୁ ନେଇ ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌର ନଦୱାତୁଲ ଉଲେମା ଇନଷ୍ଟିଚ୍ୟୁଟରେ ହିଂସାକାଣ୍ଡ ଘଟିଛି। ଏଥିପାଇଁ ବିରୋଧୀଙ୍କୁ ଦାୟୀ କରିଛି ବିଜେପି। ଏହି ହିଂସା ପାଇଁ କଂଗ୍ରେସକୁ ଅଧିକ ଦାୟୀ କରିଛି ବିଜେପି। ସେହିପରି ମମତାଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରେ ମମତା ରାଲି କରି ହିନ୍ଦୀରେ ଉଦବୋଧନ ଦେବାର ଉଦ୍ଦେଶ୍ୟ କ’ଣ?

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି, ଶନିବାର ଦିଲ୍ଲୀରେ କଂଗ୍ରେସ ରାଲି କରିଥିଲା। ଏହି ରାଲିରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ରାହୁଲ ଗାନ୍ଧି କହିଥିଲେ। ଏହାର ପରଦିନଠୁ ହିଁ ହିଂସା ବୃଦ୍ଧି ପାଇଛି ବୋଲି ବିଜେପି ମୁଖପାତ୍ର କହିଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଏକ ପୁରୁଣା ମନ୍ତବ୍ୟକୁ ଉଦ୍ଧାର କରି ସମ୍ୱିତ ପାତ୍ର କହିଛନ୍ତି, ନିକଟରେ ମମତା କହିଥିଲେ ଯିଏ ପଶ୍ଚିମବଙ୍ଗରେ ରହିବ ସେ ବଙ୍ଗଳା କହିବାକୁ ବାଧ୍ୟ, ହେଲେ ଏବେ ସେ ହିନ୍ଦୀରେ ଅଭିଭାଷଣ କାହିଁକି ଦେଉଛନ୍ତି। ତାଙ୍କ ଉଦ୍ଦେଶ୍ୟ ଏବେ ସାରା ଦେଶରେ ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ସମ୍ୱିତ ପାତ୍ର ପ୍ରଶ୍ନ କରିଛନ୍ତି।

ସଂସଦରେ ଗୃୀହତ ହୋଇଥିବା ଆଇନକୁ ନେଇ ଯେଉଁଭଳି ଭାବରେ ବିରୋଧ କରାଯାଉଛି ଏଥିରୁ ପ୍ରମାଣିତ ବିରୋଧୀ ଦାୟିତ୍ୱବାନ ଭାବରେ ନିଜର କାର୍ଯ୍ୟ କରୁନି। ବିରୋଧୀ ଦଳ ମାନେ ମୁସଲିମ୍ ଭୋଟ୍ ପାଇଁ ନିଜ ନିଜ ଦଳର ‘ଓୱେସୀ’ ମାନଙ୍କୁ ସାମ୍ନାକୁ ଆଣିଛନ୍ତି। ତେବେ ଏଆଇଏମଆଇଏମର ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଆସଦୁଦ୍ଦିନ ଓୱେସୀ ଦେଶର ନୂଆ ‘ଜିନ୍ନା’ ଭାବେ କାମ କରୁଛନ୍ତି ବୋଲି ସମ୍ୱିତ ପାତ୍ର କହିଛନ୍ତି।

ଏହି ନାଗରିକତା ସଂଶୋଧନ ଆଇନରେ କୌଣସି ଭାରତୀୟଙ୍କର ଅଧୀକାର କ୍ଷର୍ଣ୍ଣ ହେଉନାହିଁ। ଛାତ୍ରଛାତ୍ରୀ ମାନେ ମଧ୍ୟ ଏ ବାବଦରେ ଅବଗତ ଅଛନ୍ତି। ତେବେ ଏହି ଛାତ୍ରଛାତ୍ରୀଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବାକୁ କିଏ ଉସକାଉଛି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି।

Comments are closed.