Odisha Link
Bridging the Missing Links in Odisha

କଳାଭୂମି ଠାରେ ଘରସଜ୍ଜା ଜିନିଷ ପ୍ରସ୍ତୁତ

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ପରିସରରେ ପ୍ରଥମଥର ପାଇଁ ରବିବାର ଦିନ ୧୧ଟାରୁ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବଡ଼ଦିନ ଉପଲକ୍ଷେ ଘରସଜ୍ଜା ଜିନିଷ ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି ଜିନିଷ ପ୍ରସ୍ତୁତି କର୍ମଶାଳାରେ ୨୦ ଜଣ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ । ସେମାନେ କାଗଜରେ ପ୍ରସ୍ତୁତ ହୋଇଥିବା ଷ୍ଟାର, ବେଲ୍‌, ଗିଫ୍ଟ, ବବୁଲ୍‌ ଷ୍ଟିକ୍‌ ଆଦିରେ ପଟ୍ଟଚିତ୍ର ଅଙ୍କନ କରିଥିଲେ । ଶେଷରେ ନିଜେ ପ୍ରସ୍ତୁତ କରିଥିବା ଜିନିଷକୁ ସ୍ମାରକୀ ରୂପେ ନିଜ ଘରକୁ ନେଇଥିଲେ ।

Comments are closed.