Odisha Link
Bridging the Missing Links in Odisha

ଜାମିଆକୁ ନେଇ ମିଥ୍ୟା ପ୍ରଚାର କରାନଯାଉ: କୁଳପତି

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ବିବାଦୀୟ ନାଗରିକତା ଆଇନକୁ ନେଇ ବିରୋଧ ଦେଖାଯାଉଛି। ଅନ୍ୟପଟେ ନାଗରିକତା ଆଇନକୁ ବିରୋଧ କରୁଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଲିସ୍‌ର ଆକ୍ରମଣ ପରେ ବିବାଦ ସୃଷ୍ଟି ହୋଇଛି। ଏବେ ସବୁଆଡ଼େ କେବଳ ଜାମିଆକୁ ନେଇ ଚର୍ଚ୍ଚା।

ହେଲେ ଜାମିଆ ବିଶ୍ବବିଦ୍ୟାଳୟକୁ ଟାର୍ଗେଟ ନକରାଯାଉ ଏବଂ ଏହାର ଛାତ୍ରଛାତ୍ରୀଙ୍କୁ ବଦନାମ କରିବାକୁ ଚାଲିଥିବା ଷଡ଼ଯନ୍ତ୍ର ବନ୍ଦ ହେବା ଦରକାର ବୋଲି ବିଶ୍ୱବିଦ୍ୟାଳୟର କୁଳପତି ନଜମା ଅଖତର କହିଛନ୍ତି। ଅଖତର କହିଛନ୍ତି, “ପୁଲିସ୍ ବିନା ଅନୁମତିରେ କ୍ୟାମ୍ପସରେ ପଶିଥିଲା। ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନବ ସମ୍ବଳ ମନ୍ତ୍ରଣାଳୟ ନିକଟରେ ପୂରା ତଥ୍ୟ ଉପସ୍ଥାପନ କରିବ। ଆପଣମାନେ କ୍ଷତିଗ୍ରସ୍ତ ସମ୍ପତ୍ତିର ପୁନରଉଦ୍ଧାର କରିପାରିବେ। ଏଥିସହ ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ହେଲେ ଛାତ୍ରଛାତ୍ରୀମାନେ ମାନସିକସ୍ତରରେ ପାଇଥିବା କ୍ଷତିକୁ କେବେ ହେଲେ ଭରଣ କରିପାରିବେ ନାହିଁ। ତେଣୁ ଜାମିଆକୁ ଟାର୍ଗେଟ କରିବା ବନ୍ଦ କରାଯାଉ। ମୁଁ ସମସ୍ତଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ନିବେଦନ କରୁଛି। ଆମେ ଏବେ ପୁଲିସ୍‌ର ବର୍ବରତା ବିରୋଧରେ ଏଫଆଇଆର କରିବୁ। ପୁଲିସ ଆକ୍ରମଣରେ ଦୁଇ ଜଣ ଛାତ୍ର ପ୍ରାଣ ହରାଇଥିବା ଗୁଜବ ପ୍ରଚାର ହେଉଛି। ପୁଲିସ୍‌ ଆକ୍ରମଣରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ତେଣୁ ଜାମିଆକୁ ନେଇ ମିଥ୍ୟା ପ୍ରଚାର ନ କରାଯାଉ।”

Comments are closed.