Odisha Link
Bridging the Missing Links in Odisha

ଆଉ ଲାଗିବନି ଆରଟିଓ ଅଫିସରେ ଲମ୍ବା ଲାଇନ୍

ଭୁବନେଶ୍ବର: ଏଣିକି ଆଉ ଆରଟିଓ ଅଫିସରେ ଫି’ ଦାଖଲ ପାଇଁ କାଉଣ୍ଟର‌୍‌ ସାମ୍ନାରେ ଲମ୍ବା ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ରେ ମାଧ୍ୟମରେ ଚାଳକମାନେ ସମସ୍ତ ଫି ଦାଖଲ କରିପାରିବେ। ଏହି ଏକକ ରସିଦ୍‌ ବ୍ୟବସ୍ଥା ଆସନ୍ତା ୧୭ ତାରିଖରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆରମ୍ଭ ହେବା ସୂଚନା ଅନୁଯାୟୀ, ଜନସାଧାରଣଙ୍କ ସୁବିଧା ପାଇଁ ପରିବହନ କମିସନରଙ୍କ ପକ୍ଷରୁ ଏହି ଏକକ ରସିଦ୍‌ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି ଫଳରେ ଚାଳକମାନେ ସହଜରେ ଫି ଦାଖଲ କରି ପାରିବେ। ଫି ଦାଖଲ ପାଇଁ ଆରଟିଓ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ। ଏଥିସହ ବକେୟା ଥିବା ଫି କୁ ମଧ୍ୟ ଅନଲାଉନରେ ଦାଖଲ କରି ପାରିବେ। ଏହି ବ୍ୟବସ୍ଥା ମାଧ୍ୟମରେ ପୂର୍ବରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣି˚ ଲାଇସେନ୍ସ, ଡ୍ରାଇଭି˚ ଲାଇସେନ୍ସ, ମୋଟର ଯାନ ରେଜିଷ୍ଟ୍ରେସନ୍‌, ପର‌୍‌ମିଟ୍‌, ଫିଟନେସ୍‌ ପାଇଁ ବିଭିନ୍ନ ପୈଠ କରାଯାଉଥିବା ଦେୟକୁ ସରଳୀକରଣ କରାଯାଇଛି।

Comments are closed.