Odisha Link
Bridging the Missing Links in Odisha

ରଣଜୀ ଟ୍ରଫି: ୨୭୧ ରନରେ ଅଲଆଉଟ ସର୍ଭିସେସ୍, ବସନ୍ତଙ୍କୁ ୬ଓ୍ବିକେଟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଚଳିତ ରଣଜୀ ଟ୍ରଫିର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ସର୍ଭିସେସକୁ ଭେଟିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଓଡ଼ିଶା।

ମ୍ୟାଚର ପ୍ରଥମ ଦିବସରେ ଭେଟେରାନ୍ ପେସର୍ ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂକୁ ଆଧାର କରି ଓଡ଼ିଶା ସର୍ଭିସେସକୁ ପ୍ରଥମ ଇନିଂସରେ ୨୭୧ ରନରେ ରୋକିଛି। ଜବାବରେ ଦିବସର ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା କ୍ଷତିରେ ୪୩ ରନ୍ କରିଛି। ଦୁଇ ଓପ୍ନର ଅନୁରାଗ ଷଡ଼ଙ୍ଗୀ ୩୩ ଓ ଶାନ୍ତନୁ ମିଶ୍ର ୧୦ ରନ୍ କରି ଅପରାଜିତ ରହିଛନ୍ତି।

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି। ପ୍ରଥମ ମ୍ୟାଚରେ ଅଙ୍ଗୁଳିରେ ଆଘାତ ପାଇଥିବା ସନ୍ଦୀପ ପଟ୍ଟନାୟକ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶାନ୍ତନୁ ମିଶ୍ରଙ୍କୁ ସାମିଲ୍ କରାଯାଇଛି। ସେହିପରି ଲଗାତର ଖରାପ ଫର୍ମରେ ଥିବା ପୂର୍ବତନ କ୍ୟାପଟେନ୍ ଗୋବିନ୍ଦ ପୋଦ୍ଦାରଙ୍କୁ ମଧ୍ୟ ବାଦ୍ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଦେବବ୍ରତ ପ୍ରଧାନଙ୍କ ନିଆଯାଇଛି।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସର୍ଭିସେସ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂର ସାମ୍ନା ନକରି ପାରି ସର୍ଭିସେସ୍ ଦଳ ତାର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟେଇଥିଲା। ମମତାଜ କାଦିର (୦) ଓ ରବି ଚୌହାନ୍ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ ବସନ୍ତ। ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅରୁଣ ବାମଲ୍ (୧୨)ଙ୍କୁ ଆଉଟ୍ କରିଥିଲେ। ତେବେ ଅନ୍ୟତମ ଓପ୍ନର ନକୁଳ ବର୍ମା (୫୩), କ୍ୟାପଟେନ୍ ରଜତ ପାଲିୱଲ୍ (୫୮) ଓ ରାହୁଲ ସିଂହ (୫୫) ଅର୍ଦ୍ଧଶତକ ମାରି ଟିମର ସମ୍ମାନ ରକ୍ଷା କରିଥିଲେ।ଓଡ଼ିଶାର ସଫଳ ବୋଲର ଭାବେ ବସନ୍ତ ୬୯ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ। ସେହିପରି ରାଜେଶ ମହାନ୍ତି ୨ଟି, ସୂର୍ଯ୍ୟକାନ୍ତ ଓ ଅଭିଷେକ ରାଉତ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

Comments are closed.