Odisha Link
Bridging the Missing Links in Odisha

ପଟ୍ଟାଙ୍ଗୀରେ ଶାନ୍ତିପୂର୍ଣ୍ଣ ଭାବେ ନାଲ୍‌କୋର ପରିବେଶ ମଞ୍ଜୁରୀ ସଂକ୍ରାନ୍ତ ଜନଶୁଣାଣୀ ସମାପ୍ତ

କୋରାପୁଟ: ନାଲ୍‌କୋକୁ ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣିର ଆବଣ୍ଟନପରେ ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପଟ୍ଟାଙ୍ଗୀ ଷ୍ଟାଡିଅମ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ସଂଖ୍ୟାରେ ପଟ୍ଟାଙ୍ଗୀ ବ୍ଲକ୍‌ର ଜନସାଧାରଣ ଅଂଶଗ୍ରହଣ କରି ନାଲ୍‌କୋର ଏହି ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ। କୋରାପୁଟର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଆୟୋଜିତ ଅନୁଷ୍ଠିତ ଏହି ଜନଶୁଣାଣୀରେ ସ୍ଥାନୀୟ ଜନତା ନାଲ୍‌କୋ ସପକ୍ଷରେ ସମର୍ଥନ ଜଣାଇଥିଲେ।

ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ନେତୃବୃନ୍ଦ, ଲୋକପ୍ରତିନିଧି, ବର୍ତମାନ ଓ ପୂର୍ବତନ ସାଂସଦ ତଥା ବିଧାୟକ ଅଂଶଗ୍ରହଣ କରି ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଉଲ୍ଲେଖନୀୟ ଯେ, ପଟ୍ଟାଙ୍ଗୀ ଅଂଚଳର ବିକାଶ ପାଇଁ ନାଲ୍‌କୋ ପକ୍ଷରୁ ୩୧ଟି ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ଏଥି ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଅବସରରେ, ନାଲ୍‌କୋ କର୍ତୃପକ୍ଷ ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ, ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି କମ୍ପାନୀ ପଟ୍ଟାଙ୍ଗୀ ଖଣିର ବିକାଶ କରିବ । ଏହା ଦ୍ୱାରା କୌଣସି ବିସ୍ଥାପନ ହେବାର ସମ୍ଭାବନା ନାହିଁ. ଆହୁରି ମଧ୍ୟ, ଏହି ଖଣିରେ ଶୂନ୍ୟ ପ୍ରଦୂଷଣ ନିର୍ଗମନକୁ ସୁନିଶ୍ଚିତ କରାଯିବ ବୋଲି ମଧ୍ୟ ନାଲ୍‌କୋ ପକ୍ଷରୁ ଉଲ୍ଲେଖ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ପପଟ୍ଟମାଳୀ ବକ୍ସାଇଟ୍ ଖଣିରେ ନାଲ୍‌କୋ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହ ପରିବେଶ ପ୍ରଦୂଷଣ ନିୟବଣ ପାଇଁ ପଦକ୍ଷେପ, ଖଣି ପରିପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଉଚ୍ଚତର ଜୀବନଧାରଣର ମାନ ସୁନିଶ୍ଚିତ କରିବା ତଥା ଜାତୀୟ ଅର୍ଥନୀତିରେ ଅବଦାନ ଆଦିକୁ ଅଗ୍ରାଧିକାର ଦେଇଆସୁଛି । ବିଗତ ବର୍ଷରେ, ନାଲ୍‌କୋ ପକ୍ଷରୁ ସେଠାରେ ବ୍ୟାପକ ବୃକ୍ଷରୋପଣ କରାଯାଇ ୮୦ ଲକ୍ଷ ବୃକ୍ଷର ଏକ ସବୁଜବଳୟ ସୃଷ୍ଟି କରାଯାଇଛି । ଏଭଳି ପରିବେଶ ଅନୁକୂଳ ପଦକ୍ଷେପ ପାଇଁ ନାଲ୍‌କୋର ପଂଚପଟ୍ଟମାଳୀ ଖଣି ବିଭିନ୍ନ ସମୟରେ ପୁରସ୍କୃତ ହୋଇଛି। ଉଭୟ ୨୦୧୫-୧୬ ଏବଂ ନାଲ୍‌କୋକୁ ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣିର ଆବଣ୍ଟନ ପରେ ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।

ପଟ୍ଟାଙ୍ଗୀ ଷ୍ଟାଡିଅମ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ସଂଖ୍ୟାରେ ପଟ୍ଟାଙ୍ଗୀ ବ୍ଲକ୍‌ର ଜନସାଧାରଣ ଅଂଶଗ୍ରହଣ କରି ନାଲ୍‌କୋର ଏହି ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ। କୋରାପୁଟର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଆୟୋଜିତ ଅନୁଷ୍ଠିତ ଏହି ଜନଶୁଣାଣୀରେ ସ୍ଥାନୀୟ ଜନତା ନାଲ୍‌କୋ ସପକ୍ଷରେ ସମର୍ଥନ ଜଣାଇଥିଲେ। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ନେତୃବୃନ୍ଦ, ଲୋକପ୍ରତିନିଧି, ବର୍ତମାନ ଓ ପୂର୍ବତନ ସାଂସଦ ତଥା ବିଧାୟକ ଅଂଶଗ୍ରହଣ କରି ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଉଲ୍ଲେଖନୀୟ ଯେ ପଟ୍ଟାଙ୍ଗୀ ଅଂଚଳର ବିକାଶ ପାଇଁ ନାଲ୍‌କୋ ପକ୍ଷରୁ ୩୧ଟି ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ଏଥି ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଅବସରରେ, ନାଲ୍‌କୋ କର୍ତୃପକ୍ଷ ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ, ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି କମ୍ପାନୀ ପଟ୍ଟାଙ୍ଗୀ ଖଣିର ବିକାଶ କରିବ। ଏହା ଦ୍ୱାରା କୌଣସି ବିସ୍ଥାପନ ହେବାର ସମ୍ଭାବନା ନାହିଁ. ଆହୁରି ମଧ୍ୟ, ଏହି ଖଣିରେ ଶୂନ୍ୟ ପ୍ରଦୂଷଣ ନିର୍ଗମନକୁ ସୁନିଶ୍ଚିତ କରାଯିବ ବୋଲି ମଧ୍ୟ ନାଲ୍‌କୋ ପକ୍ଷରୁ ଉଲ୍ଲେଖ କରାଯାଇଥିଲା।

୨୦୧୬-୧୭ ବର୍ଷ ପାଇଁ ଖଣି ମବାଳୟ ପକ୍ଷରୁ ୫-ଷ୍ଟାର୍ ରେଟିଂ ତଥା ନିକଟରେ Indian Bureau of Mines ଠାରୁ ମିଳିଥିବା ଅନେକ ପୁରସ୍କାର ଏହାର ନିଦର୍ଶନ । ଆହୁରି ମଧ୍ୟ, ନାଲ୍‌କୋ ସର୍ବନିମ୍ନ ଖର୍ଚ୍ଚରେ ବକ୍ସାଇଟ ଉତ୍ପାଦନକାରୀ ଉଦ୍ୟୋଗ ଭାବେ ବିଶ୍ୱରେ ମାନ୍ୟତା ହାସଲ କରିଛି । ନାଲ୍‌କୋ ତାର ଉତ୍ପାଦନ ପାଇଁ ଦାମନଯୋଡ଼ି ସ୍ଥିତ ପଂଚପଟ୍ଟମାଳୀ ମାଇନ୍ସର ବକ୍ସାଇଟ ବ୍ୟବହାର କରି ଆସୁଅଛି।

ଏଥିସହିତ ଏହାର ପୁନଃ ସଂପ୍ରସାରଣ ପାଇଁ ସରକାର ନାଲ୍‌କୋକୁ ପଟ୍ଟାଙ୍ଗୀ ବକ୍ସାଇଟ ଖଣି ପ୍ରଦାନ ପାଇଁ ଅନୁମୋଦନ ପ୍ରଦାନ କରି ସାରିଛନ୍ତି। ଏହି ୩.୫ ମିଲିଅନ୍ କ୍ଷମତା ବିଶିଷ୍ଟ ହେବ ବୋଲି କୁହାଯାଉଛି। ଭାରତ ସରକାରଙ୍କର ଏକ ନବରତ୍ନ କମ୍ପ।।ନୀ ନାଲ୍‌କୋ ଯାହାକି କୋରାପୁଟ ଅଂଚଳର ବିକାଶଧାରାରେ ନିଜକୁ ନିୟୋଜିତ କରି ସୁନାମ ଅର୍ଜନ କରିଅଛି, ପଟ୍ଟାଙ୍ଗୀଠାରେ ଏହି ଖଣି ହେବା ଦ୍ୱାରା ପଟ୍ଟାଙ୍ଗୀ ଅଂଚଳର ମଧ୍ୟ ପ୍ରଭୁତ ବିକାଶ ଘଟିବ ବୋଲି ଆଶା କରା ଯାଉଛି ।ପଟ୍ଟାଙ୍ଗୀଠାରେ ଏହି ଖଣି ହେବା ଦ୍ୱାରା ଶିକ୍ଷିତ, ଯୋଗ୍ୟ ଓ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇ ପାରିବ । ରାସ୍ତା ଘାଟ ଓ ଗମନାଗମନର ବିକାଶ ଘଟିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ । ବ୍ୟବସାୟିକ ସଂସ୍ଥା ମାନ ଗଢ଼ି ଉଠିବ । କୃଷି କ୍ଷେତ୍ରରେ ମଧ୍ୟ ବିକାଶ ହେବ । ଦୈନନ୍ଦିନ ସେବା କ୍ଷେତ୍ରରେ ବିକାଶ ଘଟିଲେ ଆବଶ୍ୟକ ବଜାରବୃଦ୍ଧି ଘଟିବ ଯାହା ଫଳରେ ସ୍ୱରୋଜଗାର ମଧ୍ୟ ସୃଷ୍ଟି ହେବ । ଦୀର୍ଷ ୩୮ ବର୍ଷ ଧରି ନାଲ୍‌କୋ ଯେଉଁ ବିକାଶ ମୂଳକ କାର୍ଯ୍ୟ ଦାମନଯୋଡ଼ି ତଥା ଏହାର ପାରିପାଶ୍ୱିର୍କ ଅଂଚଳରେ କରି ଅସୁଛି ପଟ୍ଟାଙ୍ଗୀ ଅଂଚଳରେ ମଧ୍ୟ ଏହି ବିକାଶ ଧାରା ଜାରି ରହିବ ବୋଲି ଆଶା କରାଯାଉଛି ।

Comments are closed.