Odisha Link
Bridging the Missing Links in Odisha

ଶକ୍ତି ବିଭାଗର ୫’ଟି’ ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ବର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀକକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିଥିବା ୫ ‘ଟି’ ଯୋଜନା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି। ଶକ୍ତି ବିଭାଗରେ ୫ ‘ଟି’ କିଭଳି କାର୍ଯ୍ୟକରୁଛି ତାହା ପରଖିବା ଅବସରରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଜଣାଇଥିଲେ ଯେ ରାଜ୍ୟବାସୀ ଯେପରି ବିଦ୍ୟୁତ ସେବା ପାଇବାରେ ବଞ୍ଚିତ ହେବେ ନାହିଁ ସେହି ଦିଗରେ ବିଦ୍ୟୁତ ବିଭାଗ ସଦାସର୍ବଦା ତତ୍ପର ହେବା ଆବଶ୍ୟକ।

ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ୱଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ୍ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା ସେବା ସଂପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ‘ଓଡ଼ିଶା ବିଜୁ ସଂଯୋଗ’ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ କରି ଉପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ଓ୍ବେବ୍ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ରାଜ୍ୟର ସବୁ ଅଞ୍ଚଳର ଉ ପଭୋକ୍ତାଗଣ ଅନ୍‌ଲାଇନ୍‌ ଦ୍ୱାରା ନିଜର ମାସିକ ବିଦ୍ୟୁତ ଦେୟ ପ୍ରଦାନ କରି ପାରିବେ। ସଂପ୍ରତି ପ୍ରିପେଡ ଓ୍ୱାଲେଟ୍‌ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛି।

ଏହା ଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବଦ୍ୟୁତ୍ ଦେୟ ସଂଗ୍ରହ ହେବ। ଉକ୍ତ ସମୟରେ ଅନ୍‌ଲାଇନ୍‌ ଅର୍ଥ ପଇଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ। ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଅର୍ଥ ପାଇଠ କରି ପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦ୍ୟୁତ ଦେୟ ପଇଠ କରି ପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ବିଦ୍ୟୁତ ଦେୟ ସଂଗ୍ରହ କରାଯିବବାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଫୋନ୍‌ ଦ୍ୱାରା ୨୪ ଘଣ୍ଟିଆ ଗ୍ରାହକମାନଙ୍କ ଅଭିେଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ସଂପର୍କିତ ତଥ୍ୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଜାଣିବାକୁପାଇଥିଲେ। ପ୍ରାକୃତିକ ବିପର୍ଯ୍ୟୟବେଳେ ବିଦ୍ୟୁତସେବା ଯୋଗାଇଦେବା ନିମିତ୍ତ ଅତ୍ୟାଧୁନିକ ଅର୍ଦ୍ଧକୁଶଳୀ ବିଦ୍ୟୁତ ଆବଶ୍ୟକ ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାର୍ଯ୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରାଯାଉଥିବା ବିଧିବଦ୍ଧ ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପଚାରି ବୁଝିଥିଲେ।

୨୫ ହଜାର ଟଙ୍କାରୁ ଊଦ୍ଧ୍ୱର୍ ବାକିଆ ପଡ଼ିଥିବା ଉପଭୋକ୍ତାମାନଙ୍କୁ ବକେୟା ଜମା କରିବା ନିମିତ୍ତ ପତ୍ର ଦିଆଯାଉ, ତା’ ପରେ ମଧ୍ୟ ଯଦି ସେମାନେ ବକେୟା ପଇଠ ନ କରନ୍ତି ନାହିଁ ତବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାର ଅରୁଣ ବୋଥ୍ରା ବିଦ୍ୟୁତ ବିଭାଗୀୟ ସମସ୍ତ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.