Odisha Link
Bridging the Missing Links in Odisha

ରାଜ୍ୟରେ ଆର୍ଥିକ ଅନ୍ତୁର୍ଭୁକ୍ତିକରଣ କାର୍ଯ୍ୟକ୍ରମକୁ ସଶକ୍ତ କରିବା ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫ ‘ଟି’ ଯୋଜନାର ସଫଳ ରୂପାୟନ ପାଇଁ ଆଜି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀର ଓ୍ବେବସାଇଟର ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷଣରତ ଅଫିସରମାନଙ୍କର ଭୌତିକ ତଥା ଶାରୀରିକ ବିକାଶ ନିମନ୍ତେ ଏକ ନୂତନ ଜିମ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କର ସଂପୂର୍ଣ୍ଣ ବିକାଶ ପାଇଁ ଖେଳ ଓ ବ୍ୟାୟାମର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ପରେ ପରେ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମକୁ ସଶକ୍ତ କରିବା ପରିପ୍ରେକ୍ଷୀରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାର, ଲିଡ୍‌ ଡିଷ୍ଟି୍ରକଫ ମ୍ୟାନେଜର ଅଂଶଗ୍ରହଣ କରି ଅର୍ଥ ଏବଂ ବ୍ୟାଙ୍କିଂ ସେବା ତଥା ଡିଜିଟାଲ୍‌ ପେମେଣ୍ଟ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ। ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକୁ ଦାୟିତ୍ୱର ସହ ତୁଲାଇବାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଏହି ଅଧିକାରୀମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ଲିଡ୍‌ ବ୍ୟାଙ୍କ ମ୍ୟାନେଜର, ସ୍ଥାନୀୟ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ଲକ୍‌ସ୍ତରରେ ଆର୍ଥିକ ସାକ୍ଷରତା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହି ସଚେତନତା ଅଭିଯାନ ଦ୍ୱାରା ଜନସାଧାରଣ ତାଙ୍କର କଷ୍ଟ ଅର୍ଜିତ ଧନକୁ ଉପଯୁକ୍ତ ବ୍ୟାଙ୍କିଂ ଅନୁଷ୍ଠାନରେ ସୁରକ୍ଷିତ ରଖି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ । ରାଜ୍ୟ ସରକାରଙ୍କ ୫ ‘ଟି’ କାର୍ଯ୍ୟକ୍ରମକୁ ଠିକ୍‌ ଭାବରେ ଅନୁସରଣ କରି ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଲିଡ୍‌ ଡିଷ୍ଟି୍ରକଫ ମ୍ୟାନେଜର କାର୍ଯ୍ୟକରିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଆର୍‌ବିଆଇ, ଭୁବନେଶ୍ୱର, ନାବାର୍ଡ, ଓଡ଼ିଶା ଏବଂ ଏସ୍‌ଏଲ୍‌ବିସି, ଓଡ଼ିଶା ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକୁ ଠିକ୍‌ ଭାବେ ଯାଞ୍ଚ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।

ସର୍ବୋପରି ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଲିଡ୍‌ ଡିଷ୍ଟି୍ରକଫ ମ୍ୟାନେଜର ଏବଂ ସମସ୍ତ ବ୍ୟାଙ୍କିଂ ଅନୁଷ୍ଠାନ ରାଜ୍ୟର ଆର୍ଥିକ ଅଗ୍ରଗତି ପାଇଁ କାର୍ଯ୍ୟ କରିବା ସହ ଦୁର୍ଗମ ଅଞ୍ଚଳର ଆର୍ଥିକ ଅନୁନ୍ନତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ, ଟ୍ରେଜେରୀ ନିର୍ଦ୍ଦେଶକ ଶ୍ରୀ ଭବାନୀ ପ୍ରସାଦ ନନ୍ଦ, ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ରାଉତ, ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନାର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ବେହେରାଙ୍କ ସମେତ ପ୍ରମୁଖ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଏବଂ ପ୍ରତିନିଧି ଉପସ୍ଥିତ ଥିଲେ।

Comments are closed.