Odisha Link
Bridging the Missing Links in Odisha

ଭାରତ ଶର୍ମା କିଏ?, ପୁଲିସ୍‌ ଦେଲା ସ୍ପଷ୍ଟୀକରଣ କହିଲା..

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଜନତା। ଏହି ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିଭିନ୍ନ ଖବର ଓ ଭିଡିଓ ଏବେ ସୋଶାଲ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହେଲେ ଏହାର ସତମିଛ ପରଖିବା ଆଗରୁ ବିଭିନ୍ନ ବ୍ୟକ୍ତି ଏସବୁକୁ ଶେୟାର କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ସୋଶିଆଲ ମିଡିଆରେ ମଧ୍ୟ ବିବାଦ ଦେଖିବାକୁ ମିଳିଛି।

ଏକ ଭିଡିଓ ଆସିଥିଲା ଯେଉଁଥିରେ କିଛି ପୁଲିସ୍‌ ଜଣେ ଛାତ୍ରଙ୍କୁ ଲାଠିରେ ବାଡ଼ଉଥିବାବେଳେ ତାଙ୍କର କିଛି ସାଙ୍ଗ ତାଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ ଏହି ପୁଲିସ୍‌ଙ୍କ ଭିତରେ ରିଅଟ୍‌ ଗିଅର୍‌ ସହ ଥିବା ଜଣେ ନାଲି ଶାର୍ଟ ଓ ନୀଳ ଜିନ୍ସ ପିନ୍ଧା ପୁଲିସ୍‌ ପ୍ରକୃତରେ (ଆରଏସ୍‌ଏସ୍‌ ସ୍ୱୟଂସେବକ) ବୋଲି କିଛି ଜଣ ଦାବି କରିବା ପରେ ଏବେ ସତ ସାମ୍ନାକୁ ଆସିଛି।

https://twitter.com/nisarpari/status/1206632524258201606?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1206632524258201606&ref_url=https%3A%2F%2Fodishareporter.in%2Fnation%2Fman-in-riot-gear-beating-jamia-student-not-rss-volunteer-but-aats-constable-delhi-police-472718

ଦିଲ୍ଲୀ ପୁଲସ୍‌ ପକ୍ଷରୁ କୁହାଯାଇଛି, ସେ ପ୍ରକୃତରେ ଜଣେ ପୁଲିସ୍‌ କନଷ୍ଟେବଲ୍‌। ତାଙ୍କର ନିଯୁକ୍ତି ଆଣ୍ଟି ଅଟୋ ଥେଫ୍ଟ ସ୍କ୍ୱାଡ୍‌ରେ ହୋଇଛି। ତେବେ ଏହା ପୂର୍ବରୁ ତାଙ୍କ ଫଟୋ ସୋଶାଲ ମିଡିଆରେ ଘରିବୁଲୁଛି। ଏହି ଫଟୋ ସହ ପ୍ରଶ୍ନ କରାଯାଉଛି ଭାରତ ଶର୍ମା ନାମକ ଏହି ଆରଏସ୍‌ଏସ୍‌ ଭଲ୍ୟୁଣ୍ଟିଅର ତଥା ଏବିଭିପି ସଦସ୍ୟଙ୍କୁ ରିଅଟ୍‌ ଗିଅର କିଏ ଦେଲା ଏବଂ ଜାମିଆ ଛାତ୍ରଙ୍କୁ ପିଟିବା ପାଇଁ ଲାଠି କିଏ ଦେଲା। ଏହାପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଡିସିପି ଏମ୍‌ଏସ୍‌ ରାନ୍ଧୱା କହିଛନ୍ତି, “ସେ ଭାରତ ଶର୍ମା ନୁହେଁ। ଏହା ଦିଲ୍ଲୀ ପୁଲିସ୍‌ର ଚିତ୍ର ଖରାପ କରିବାକୁ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ମିଛ। ସେ ପ୍ରକୃତରେ ସାଉଥ୍‌ ଡିଷ୍ଟ୍ରିକ୍ଟର ଏଏଟିଏସ୍‌ରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଲ୍‌। ତାଙ୍କୁ ଆଇନ ଶୃଙ୍ଖଳା ପାଇଁ ଏହି ସ୍ଥାନରେ ନିୟୋଜିତ କରାଯାଇଥିଲା।”

Comments are closed.