Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବିନା ଗ୍ରାମସଭାରେ ରାମକୋକୁ ଜମି ଦିଆଯାଇଥିବା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ରାମକୋ ସିମେଣ୍ଟ କାରଖାନା ଶହ ଶହ ଏକର ଜମି ଜବରଦଖଲ କରିଛି। ଜବରଦଖଲ ଜମି ହାତେଇବାକୁ ସ୍ମିତାରାଣୀଙ୍କ ଉପରେ ଚାପ ପଡ଼ୁଥିଲା। ସ୍ମିତାରାଣୀ ଶିକାର ହେଲେ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଏପରିକି ଅନ୍ୟ କମ୍ପାନୀକୁ ଗ୍ରାମ ସଭାରେ ଜମି ମିଳିଥିବାବେଳେ ରାମକୋକୁ ବିନା ଗ୍ରାମସଭାରେ ଜମି ମିଳିଥିବା ସେ ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି କରିବାକୁ ସ୍ମିତାରାଣୀଙ୍କ ଚାପ ପକାଯାଉଥିଲା ବୋଲି କହିବା ସହ ସରକାର ଯଦି ସ୍ୱଚ୍ଛ ତେବେ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Comments are closed.