ସମ୍ବଲପୁରରେ ମହିଳା ପୁଲିସ କରିବେ ପାଟ୍ରୋଲିଂ

ସମ୍ବଲପୁର: ଚଳିତ ଦିନରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ମହିଳାମାନଙ୍କ ସୁରକ୍ଷା ପାଇଁ ମହିଳା ପୁଲିସର ଏକ ପାଟ୍ରୋଲିଂ ଟିମ୍ ଗଠନ କରାଯାଇଛି। ଡିଏସ୍ପି ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ ଭିଡ଼ ସମୟରେ କଲେଜ ପରିସର ସମେତ ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି। ଏହା ସହିିତ ସ୍କୁଲ୍ ଓ କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।