Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ: କେଉଁଠି କରିବେ ଗାଡ଼ି ପାର୍କିଂ? ଜାଣନ୍ତୁ

କଟକ: ଡିସେମ୍ବର ୨୨ରେ ଅର୍ଥାତ ଆସନ୍ତା ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ କରାଯାଇଛି ପାର୍କଂ ବ୍ୟବସ୍ଥା। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ କରିପାରିବେ। ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିବେ।

ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାଓଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। ଚହଟାଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ।

ସେହିପରି ଓସିଏ ପାର୍କିଂ ପାସ୍‌ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚୁ କିମ୍ବା ନାରୀସେବା ସଦନ ଛକ ଦେଇ ଓସିଏ ପଡିଆରେ ପାର୍କିଂ କରିବେ। ଜାଭିଅର ଗ୍ରାଉଣ୍ଡ ପାସ୍‌ ପାଇଥିବା ବ୍ୟକ୍ତି ଗେଟ୍ ନମ୍ବର ୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ।

Comments are closed.