Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନର ମାନ ପରଖିଲେ ନବକିଶୋର

ଭୁବନେଶ୍ୱର :  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ଯୋଗିମାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଚାନକ ପହଞ୍ଚି ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ।

ପରେ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ଉପଜିଲ୍ଲା ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.