ଚାହାଣୀ ମଣ୍ଡପରେ ଗପ; ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରବେଶ ପଥରେ ଯାଞ୍ଚ ସତ୍ତ୍ବେ କିଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।