ଦିନକ ପରେ ବଡ ଦିନ, ସବୁଆଡେ ଉତ୍ସବର ମାହୋଲ

ଭୁବନେଶ୍ୱର: ଆଉ ଦିନକ ପରେ ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ। ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇ ପଡିଛି ଗୀର୍ଜାଘରଗୁଡିକ। ସୁନ୍ଦର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡଦିନରେ ପ୍ରଭୁ ଯୀଶୁଙ୍କ ସ୍ବାଗତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଖ୍ରୀଷ୍ଟମାସ୍ ଟ୍ରି ସଜାଇବା ସହ ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥଳିକୁ ସଜ୍ଜାଯାଉଛି। କ୍ୟାରୋଲ ଗାନ ସହ ଯୀଶୁଙ୍କ ସ୍ୱାଗତ ବ୍ୟବସ୍ଥା କରାଯାଉଛି। ବଡଦିନ ପାଇଁ ଘରେ ଘରେ କେକ୍ ଓ ପିଠାପଣା ପ୍ରସ୍ତୁତିର ମଧ୍ୟ ଆରମ୍ଭ ହୋଇଗଲାଣି। ଖ୍ରୀଷ୍ଟମାସ୍ ଅବସରରେ ଚର୍ଚ୍ଚଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହେଉଥିବା ବେଳେ ଖ୍ରୀଷ୍ଟମାସ୍ ପାଇଁ ବିଭିନ୍ନ ସପିଙ୍ଗ ମଲ୍ ଗୁଡିକରେ ସ୍ପେଶାଲ୍ ଅଫର ମିଳୁଛି।
Comments are closed.