Odisha Link
Bridging the Missing Links in Odisha

ନାତୁଣୀ ନାମ ‘ନାଗରିକତା’ ରଖିଲେ ଏହି ମହିଳା

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହାରି ମଧ୍ୟରେ ବିକ୍ଷୋଭକାରୀଙ୍କୁ ହିଂସା ପ୍ରଦର୍ଶନ ନ କରିବାକୁ ଅପିଲ କରିଛନ୍ତି ଜଣେ ପାକିସ୍ତାନର ଜଣେ ହିନ୍ଦୁ ମହିଳା। ମହିଳା ଜଣକ କହିଛନ୍ତି ଯେ ବିକ୍ଷୋଭକାରୀ ପାକିସ୍ତାନରେ ଥିବା ହିନ୍ଦୁଙ୍କ ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ ନ କରିବା ଉଚିତ। ଏଠାରେ ସୂଚନା ଥାଉ କି ସଂସଦରେ ସଂଶୋଧିତ ନାଗରିକତା ବିଧେୟକ ପାରିତ ହେବାର ଏକ ମାସ ପରେ ଏହି ମହିଳାଙ୍କର ବୋହୂ ନାତୁଣୀଟିଏ ଜନ୍ମ କରିଥିଲେ।

ନାଗରିକତା ଆଇନକୁ ନେଇ ଖୁସିରେ ଆତ୍ମହରା ହୋଇଥିବା ଏହି ମହିଳା ତାଙ୍କ ନାତୁଣୀଙ୍କର ନାମ ନାଗରିକତା ରଖିଛନ୍ତି। ଏହି ମହିଳାଙ୍କର ନାମ ମୀରା ଦାସ ହୋଇଥିବା ବେଳେ ସେ କହିଛନ୍ତି ଯେ ନିଜର ଘର, ଜମି ସବୁ ପାକିସ୍ତାନରେ ଛାଡି ଭାରତ ଚାଲିଆସିଛନ୍ତି। ଏବେ ଭାରତ ହିଁ ତାଙ୍କର ଘର। ଯଦି ଆପଣ(ବିକ୍ଷୋଭକାରୀ) ଆମକୁ ସମର୍ଥନ ନ କରିବେ ତେବେ ଆମେ କୁଆଡେ ଯିବୁ।

Comments are closed.