Odisha Link
Bridging the Missing Links in Odisha

କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ

କରଞ୍ଜିଆ: ଗତ କିଛି ମାସ ଧରି କରଞ୍ଜିଆ ଉପଖଣ୍ଡରେ ହାତୀପଲ ଉପଦ୍ରବ ଲାଗି ରହିଛି। ଏବେ ଗାଁ ଓ ସହର ଅଭିମୁଖେ ହୋଇଛନ୍ତି ହାତୀପଲ । ଏବେ ହାତୀପଲଙ୍କ ଟାର୍ଗେଟରେ ଧାନ ଖଳା। ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ ହାତୀପଲ ଖଳାରେ ପଶି ଧାନ ଖାଉଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତ୍ରରେ ହାତୀପଲ ଶୁକୃଲି ବ୍ଳକର ପଣିସି ଗାଁରେ ତାଣ୍ଡବଲୀଳା ମଚାଇଥିଲେ। ଖଳାରେ ଧାନ ଖାଇବା ସହିତ ଘର ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରତ୍ୟେକ ଦିନ ହାତୀପଲ ଘର ନଷ୍ଟ କରିଥିବାରୁ ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୃଥକ ପୃଥକ ଭାଗରେ ଥିବା ହାତୀପଲରେ ମୋଟ୍ ୨୨ଟି ହାତୀ ରହିଥିଲେ। ଗୋଟିଏ ହାତୀପଲ ଏବେ ଘରମାବେଡା ଜଙ୍ଗଲରେ ରହିଥିବା ଜଣାପଡିଛି।

Comments are closed.