Odisha Link
Bridging the Missing Links in Odisha

ଏକାମ୍ର କାନନରେ ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର : ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନିଆରୀ ୧୧ରୁ ଦୁଇଦିନିଆ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏନେଇ କତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ କିଛି ନୂଆ କରିବା ପାଇଁ ଯୋଜନା ରହିଛି ।

ଏଠାରେ ଥିବା ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ ଦୃଶ୍ୟ ଏବଂ ମିନି ହ୍ରଦ ସାଙ୍ଗକୁ ଫୁଆରା ପାର୍କ ଶୋଭା ବର୍ଦ୍ଧନ କରିବ । ଏନେଇ ପ୍ରସ୍ତୁତ ସରିଥିବାବେଳେ ଦୁଇଦିନ ଫୁଲ ପ୍ରେମିକମାନଙ୍କ ପାଇଁ ନିଃଶୁକ୍ଳ କରାଯିବ । ନାଲକୋ , ହର୍ଟିକଲଚର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ଏବଂ ଏକାମ୍ର କାନନ ଉଦ୍ୟାନ ମିଳିତ ସହଯୋଗରେ ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ବିଶେଷ , କରି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଅର୍କିଡ, ଆଜାଲିଆ , ଲିଲିୟମ , ୟୁଟିକୁଲାରିଆ ସହିତ ଅର୍ଣ୍ଣାମେଣ୍ଟାଲ ଚିଲ ଆଦି ପ୍ରଦର୍ଶିତ ହେବ।ଏଥିରେ ନାବାର୍ଡ, ରାଜଭବନ, ଜିଏ ବିଭାଗ , ଏକାମ୍ରସହିତ ଅନେକ ଘରୋଇ ଶିକ୍ଷାନୁଷ୍ଠାନ, ବ୍ୟବସାୟୀ ଏବଂ ଫୁଲପ୍ରେମୀ ସାମିଲ ହେବ ।

କଟକ , ଭୁବନେଶ୍ବର , ସମ୍ବଲପୁର ଓ ଏମସି ଏଥିରେ ଭାଗ ନେବେ । ପୂର୍ବପରି ଏଥର ମଧ୍ୟ ଗେଟ ସହ ପଶୁ ପକ୍ଷୀ ପରାଯିବ । ସୂଚନା ଅନୁସାରେ ପନିପରିବାକୁ ଫୁଲ ପରି କଟାଯାଇ ପ୍ରଦର୍ଶିତ କରାଯିବ ।

Comments are closed.