Odisha Link
Bridging the Missing Links in Odisha

ଅଯୋଧ୍ୟାରେ ଜୈଶ୍‌-ଏ-ମହମ୍ମଦର ଆକ୍ରମଣ ଯୋଜନା: ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ ଯୋଜନା କରୁଥିବା କଥା ଗୁଇନ୍ଦା ଏଜେନ୍‌ସି ସୂତ୍ରରୁ ଜଣାପଡିଛି। ଗୁଇନ୍ଦା ଏଜେନ୍‌ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତାରୁ ଏ କଥା ଜଣାପଡ଼ିଛି। ଚାଟିଙ୍ଗ୍‌ ଆପ୍‌ ‘ଟେଲିଗ୍ରାମ୍‌‘ ଜରିଆରେ ପଠାଯାଇଥିବା ଏହି ବାର୍ତ୍ତାରୁ ଜଣାପଡ଼ିଛି ଯେ ପାକିସ୍ତାନର ଏହି ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଏହି ବାର୍ତ୍ତାକୁ ଗୁଇନ୍ଦା ଏଜେନ୍‌ସିମାନେ ସମସ୍ତ ନିରାପତ୍ତା ଏଜେନ୍‌ସିଙ୍କୁ ସେୟାର୍‌ କରିବା ପରେ ଅଯୋଧ୍ୟା ଏବଂ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହ ନିରାପତ୍ତା ଏଜେନ୍‌ସିମାନେ ଭାରତରେ କାର୍ଯ୍ୟରତ ଜୈଶ୍‌-ଏ-ମହମ୍ମଦର ନେଟ୍‌ଓ୍ଵାର୍କ ଉପରେ ତୀବ୍ର ଦୃଷ୍ଟି ରଖିଛନ୍ତି। ୨୦୧୯ ମସିହା ମେ ୧ ତାରିଖ ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ ୧୨୬୭ ସାଙ୍କ୍‌ସନ୍‌ କମିଟି ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ଆଝାରଙ୍କୁ ‘ବିଶ୍ୱ ସନ୍ତ୍ରାସୀ’ ବୋଲି ଘୋଷଣା କରିଛି।

Comments are closed.