Odisha Link
Bridging the Missing Links in Odisha

NPR ପ୍ରସଙ୍ଗରେ ସୁରଙ୍କ ମନ୍ତବ୍ୟ

ଭୁବନେଶ୍ବର: ଗତକାଲି ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ଏନଆରସି, ସିଏଏ ଓ ଏନପିଆରକୁ ନେଇ କହିଛନ୍ତି ଯେ, ଆସନ୍ତା ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ସେହିଦିନଠୁ ଆମେ ସମସ୍ତ ଜିଲ୍ଲା, ବ୍ଳକ୍‌ ଓ ପଞ୍ଚାୟତକୁ ଯିବୁ ଏବଂ ଲୋକଙ୍କୁ ଏନଆରସି, ସିଏଏ ଓ ଏନପିଆର ବାବଦରେ ବୁଝେଇବୁ।

ଏଥିସହିତ ଭାରତ ହେଉଛି ସର୍ବଧର୍ମର ଦେଶ। ଏଠାରେ ବାଛବିଚାର ଚଳିବ ନାହିଁ। NRC,CAA କୁ ଲୋକଗ୍ରହଣ କରିବେ ନାହିଁ, NPR କେବଳ ଧୂଆଁବାଣ। ଆମେ ସବୁ ଧର୍ମକୁ ସମ୍ମାନ ଦେଉଛୁ ବୋଲି ସୁର ରାଉତରାୟ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ NRC ଓ NPR ପ୍ରସଙ୍ଗରେ ମତ ଦେଇଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। NRC ଓ NPR ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ୧କୋଟି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି।

Comments are closed.