Odisha Link
Bridging the Missing Links in Odisha

ଆଧାର କାର୍ଡ: ୧୨୫ କୋଟି ନାଗରିକଙ୍କ ପାଖରେ ରହିଛି

ନୂଆଦିଲ୍ଲୀ: ଆଧାର କାର୍ଡ ପରିଚୟ ପତ୍ର ଦେଶର ୧୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ରହିଛି। ଆଜି ଏହା କହିଛି ୟୁନିକ୍ ଆଇଡେଣ୍ଟିଫିକେସନ ଅଥରଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ଏହି ସମସ୍ତ ଆଧାର କାର୍ଡ ୨୦୦୯ ପାଖରୁ ଏଯାବତ ଦିଆଯାଇଛି ବୋଲି ସୂଚନା ଦେଇଛି ୟୁଆଇଡିଏଆଇ।

ବିଗତ କିଛି ବର୍ଷ ହେବ ଆଧାର କାର୍ଡକୁ ବିଭିନ୍ନ କାମରେ ପ୍ରାଥମିକ ଦସ୍ତାବିଜ ଭାବରେ ଗୁରୁତ୍ୱ ଦିଆଯାଇଛି। ଏଯାବତ ୩୭,୦୦୦ କୋଟି ଥର ଆଧାରକୁ ପ୍ରାଥମିକ ପ୍ରମାଣ ଭାବରେ ବ୍ୟବହାର କରାଯାଇଛି। ୟୁଆଇଡିଏଆଇର ରେକର୍ଡ ଅନୁସାରେ ପ୍ରତିଦିନ ହାରାହାରି ୩ କୋଟି ଆଧାର କାର୍ଡ ପ୍ରମାଣ ସ୍ୱରୂପ ବ୍ୟବହାର ହେଉଛି। ଏମିତିକି ଲୋକମାନେ ନିଜ ନିଜର ଆଧାର କାର୍ଡ଼କୁ ଅପଡେଟ୍ ମଧ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ୟୁଆଇଡିଏଆଇ ଏଯାବତ ୩୩୧ କୋଟି ଆଧାର କାର୍ଡ ଅପଡେଟ୍ କରିଛି। ଏବେ ପ୍ରତିଦିନ ହାରାହାରି ୩-୪ ଲକ୍ଷ ଆଧାର କାର୍ଡ ଅପଡେଟ୍ ପାଇଁ ଅନୁରୋଧ ହେଉଛି। ସୂଚନାଯୋଗ୍ୟ, ୨୦୦୯ରୁ ଆରମ୍ଭ ହୋଇଥିବା ଏହି ଆଧାର କାର୍ଡ ଏବେ ବିଶ୍ୱର ସବୁଠୁ ବଡ଼ ବାୟୋମାଟ୍ରିକ ପରିଚୟ ପତ୍ର।

Comments are closed.