Odisha Link
Bridging the Missing Links in Odisha

ଭାରତୀୟ କଳା ସଂସ୍କୃତି ବିଭିନ୍ନତା ମଧ୍ୟରେ ଏକତାର ବାର୍ତା ଦିଏ : ପ୍ରତାପ

ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ନୃତ୍ୟ, ସଙ୍ଗୀତ ଆଦି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅଭିନୟରେ ରୁଚି ରଖୁଥିବା ବିଦ୍ୟାର୍ଥୀମାନଙ୍କୁ ସୁନାମଧନ୍ୟ ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଛି । ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ର, ପ୍ରେମ୍ ଆନନ୍ଦ, ଗୁଡୁଲି ରଥ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଶୈଳଭାମା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ମାର୍ଗଦର୍ଶନ କରିବା ସହ ଓଡିଆ ଚଳଚିତ୍ରର ବିଭିନ୍ନ ମନଛୁଆଁ ଗୀତ ଗାଇ ଛାତ୍ରଛାତ୍ରୀମାନଙ୍କ ମନୋରଜଂନ କରିଥିଲେ ।

କବିତା ଆବୃତିରେ ବରିଷ୍ଠ କବି ଡ. ଶୁଭ କୁମାର ଦାସ, ଅମିୟ ମହାପାତ୍ର ଏବଂ ବ୍ୟଙ୍ଗ କବି ଜ୍ଞାନ ହୋତା ପ୍ରମୁଖ ଉପସ୍ଥିତ ରହି ଉଦୀୟମାନ୍ କବି, କବୟତ୍ରୀ ମାନଙ୍କୁ ଉସ୍ଚାହିତ କରିଥିଲେ । ନୃତ୍ୟ ପ୍ରତିଯୋଗୀତାରେ ବିଶିଷ୍ଟ ନୃତ୍ୟ ନିର୍ଦ୍ଧେଶକ ମୃତୁଜଂୟ ପଣ୍ଡା, ଆନ୍ତର୍ଜାତୀୟ ନୃତ୍ୟଶୀଳ୍ପି ଡ. ଶ୍ରୀନିବାସ ଘଟୁଆରୀ ଏବଂ ବିଶିଷ୍ଟ ନୃତ୍ୟଶୀଳ୍ପି ଜୟା ବିଶ୍ୱାସ ଉପସ୍ଥିତ ଥିଲେ । ୨୬,୨୭ ଏବଂ ୨୮ ତିନି ଦିନ ଧରି ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମସ୍ଚ୍ୟ ଓ ଗୋପାଳନ ବିଭାଗ ରାଜ୍ୟମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ସଂସ୍କୃତରେ ଅଭିଭାଷଣ ରଖିବା ସହ କଳାକାର ବିଦ୍ୟାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ କଳା ମାଧ୍ୟମରେ ପହଚାଂଇବାକୁ ଆହ୍ୱାନ ଦେଇଥିଲେ ।

ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯକ୍ରମରେ ଆସନ୍ତାକାଲି ହେବାକୁ ଥିବା ସମାରୋପ ସତ୍ରରେ କୃତୀ ପ୍ରତଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଏହି ସତ୍ରରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରିହର ହୋତା ଯୋଗ ଦେବେ ବୋଲି ରାଷ୍ଟ୍ରୀୟ କଳାମଚଂ ଓଡିଶା ରାଜ୍ୟ ସହ ସଂଯୋଜିକା ଲିନା ନନ୍ଦିତା ପରିଡା ସୂଚନା ଦେଇଥିଲେ ।

Comments are closed.