Odisha Link
Bridging the Missing Links in Odisha

ପ୍ରତିଭାସଙ୍ଗମର ଉଦଘାଟନ ଉତ୍ସବ

ଭୁବନେଶ୍ୱର :  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ  ଉଦ୍ଘାଟିତ ହୋଇଯାଇଛି ।

୨୬,୨୭ ଏବଂ ୨୮ ତିନି ଦିନ ଧରି ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାରା ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ କଲେଜ କ୍ୟାମ୍ପସରୁ ୧୦୦୦ ରୁ ଉଦ୍ଧ ର୍ କଳାକାର ଛାତ୍ରଛାତ୍ରୀମାନେ ଦେଇଛନ୍ତି ।

ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାଇ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ପ୍ରତିଭାର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ ପ୍ରତି ଦୁଇ ବର୍ଷରେ ଥରେ ଏହିି ଭଳି କାର୍ଯ୍ୟକ୍ରମ ହୋଇ ଆସୁଛି । ଭାରତୀୟ କଳା ଯଥା ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା ସ୍ୱରଚିତ କବିତା ଆବୃତି, ରଙ୍ଗୋଲିି ଆଦିରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ଅନନ୍ୟ ମାଧ୍ୟମ । ୨୦୦୬ ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି ।

ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଏ ନାହିଁ ବରଂ ଓଡିଶା ତଥା ଜାତୀୟ ସ୍ତରର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରତିଯୋଗିତା ଏବଂ ପ୍ରଦର୍ଶନ ମାଧ୍ୟମରେ ଯୁବ ବିଦ୍ୟାର୍ଥୀ କଳାକାର ମାନଙ୍କର ପ୍ରତିଭା ବିକାଶ କରାଯାଏ ।

ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ (ରାଜ୍ୟସଭା) ଓ ବିଶିଷ୍ଟ ସ୍ଥାପତ୍ୟ ବିଶାରଦ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ର ଯୋଗଦେଇ ଭାରତୀୟ କଳା ସଂସ୍କୃତିକୁ ଶ୍ରେଷ୍ଠତ୍ୱରେ ପହଂଚାଇବା ପାଇଁ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧି ତ୍ରିପାଠୀ ଯୋଗ ଦେଇ ପ୍ରତିଭା ସଙ୍ଗମର ବିଶେଷତା ଉପରେ ଆଲୋକ ପାତ କରିଥିଲେ ।

Comments are closed.