Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି ୩ଙ୍କର ଦଶମ ବୈଠକ

ଭୁବନେଶ୍ୱର : ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ଦଶମ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭିକ ଆଲୋଚନା ସହ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ କମିଟିର ସଦସ୍ୟ ଥିବା ବିଧାୟକ, ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

Comments are closed.