Odisha Link
Bridging the Missing Links in Odisha

ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରଦୀପ ପ୍ରଜ୍ୱଳନ କରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ବସନ୍ତ କୁମାର ଦାଶ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବିଭାଗୀୟ ଯୁଗ୍ମ ସଚିବ ଅଂଜନା ପଣ୍ଡା ଉପସ୍ଥିତ ଥିଲେ । ‘ସହାୟ’ ଏବଂ ‘ସ୍ୱାଭିମାନ’ ଅନୁଷ୍ଠାନର କଳାକାରମାନଙ୍କ ଶିକ୍ଷୟିତ୍ରୀ ସୁସ୍ମିତା ରାଉତରାୟ ଏବଂ ଲିଜା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭାଗ ପକ୍ଷରୁ ‘ଭିଜିଲାନ୍ସ ଆଓ୍ୱାରନେସ୍‌ ଓ୍ୱିକ୍‌’ ଅବସରରେ ଅନୁଷ୍ଠିତ ସ୍ଳୋଗାନ ପ୍ରତିଯୋଗିତାର ୮ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଆଜିର ସନ୍ଧ୍ୟାରେ ‘ସହାୟ’ ଏବଂ ‘ସ୍ୱାଭିମାନ’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ‘ସହାୟ’ ପକ୍ଷରୁ ଭିନ୍ନକ୍ଷମ ପିଲାମାନେ ଫୁ୍ୟଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ । ଦୃଷ୍ଟିବାଧିତ ଗୋ ପାଳ ସାହୁ ‘ତେରି ମେରି କାହାନୀ’ ଓ ‘ସୁନୋନା…’ ସଂଗୀତ ପରିବେଷଣ କରିବା ପରେ ଅତି ଚିତ୍ତାକର୍ଷକ ସମ୍ବଲ ପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା ।

ଅସୀତ ମହା ପାତ୍ର ଓ ମୋହିତ ମହାପାତ୍ର ତାବ୍‌ଲା ଓ ବଂଶୀବାଦନ କରିଥିଲେ । ସାର୍ଥକ ଦ୍ୱିବେଦୀଙ୍କ କ୍ୟାସିଓ ବାଦନ ପରେ ପରେ କ୍ଲାସିକାଲ୍‌ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ୱରୂପ ବୀର ପ୍ରଥମେ ଏକକ ଓ ପରେ ଡୁଏଟ୍‌ ଗାନ କରିଥିଲେ ।

ତେରଦିନ ଧରି ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ହସ୍ତିଶିଳ୍ପ ବିଭାଗରେ ୧୦ କୋଟି ୫୪ ଲକ୍ଷ ୬୩ ହଜାର ୧୦୦ ଟଙ୍କା, ହସ୍ତତନ୍ତ ବିଭାଗରେ ୮ କୋଟି ୨୨ ଲକ୍ଷ ୧୦ ହଜାର ୧୦୦ ଟଙ୍କା, ଫୁଡ୍‌କୋର୍ଟରେ ୩ କୋଟି ୧୪ ଲକ୍ଷ ୭୬ ହଜାର ୮୦୦ ଟଙ୍କାର ବିକ୍ରିବଟା ହୋଇଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ ।

Comments are closed.