Odisha Link
Bridging the Missing Links in Odisha

ରବିବାର ଆସେ ଲାପଟପ୍‌ ନେଇଯିବୁ

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ସବୁଠି ଚର୍ଚ୍ଚାରେ ଅଭିନେତ୍ରୀଙ୍କ ବିବାଦୀୟ ପ୍ରେମ କାହାଣୀ। ଦିନକୁ ଦିନ ଭିନ୍ନ ମୋଡ଼ ବିବାଦୀୟ ପ୍ରେମ କାହାଣୀ। ଏକ ନୂଆ ଅଡିଓ ସାମ୍ନାକୁ ଆସିଛି ଯାହା ଏବେ ସୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଆନ୍ଧ୍ର ଯୁବକଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳୁଛି।

ଉକ୍ତ ଅଡ଼ିଓଟି ଏବେ ସାମ୍ନାକୁ ଆସିଛି।। ସମ୍ପୃକ୍ତ ଯୁବକଙ୍କୁ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକଙ୍କ ପୁରୁଷ ବନ୍ଧୁ ଲାପଟପ୍‌ ଏବଂ ଅନ୍ୟାନ୍ୟ ଜିନିଷ ଫେରାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ। ତେବେ ଯୁବକ ଜଣକ ରବିବାର ଆସିବାକୁ କହୁଥିବା ଫୋନ୍‌ରେ ଶୁଣିବାକୁ ମିଳୁଛି। ଏନେଇ ତେବେ ଫୋନ୍‌ରେ ଉଭୟ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳିଛି। ରବି ତାଙ୍କୁ ଲାପଟପ୍‌ ଏବଂ ସୁନା ଚେନ ଦେଇଥିବା କଥା କହୁଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଝଗଡ଼ା ନ ଲାଗି ବିବାଦର ଆପୋଷ ବୁଝାମଣା ପାଇଁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ କହୁଥିବା ଶୁଣିବାକୁ ମିଳିଛି।

ସୂଚନାଥାଉକି, ପଦ୍ମ ରାଜୁ ରବିକୁମାର ନାମକ ଜଣେ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା ଓ ଲୁଟ୍‌ କରିଥିବାର ଅଭିଯୋଗ ଆଣିଥିଲେ। ପ୍ରେମ ଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ରବି କୁମାର ଅଭିଯୋଗ କରିଥିଲେ । ଓଲିଉଡ ଅଭିନେତ୍ରୀ ଜଣଙ୍କ ପ୍ରତାରଣା କରିବା ପରେ ଯୁବକ ଜଣଙ୍କ ଏନେଇ ଡିଜିପି ଏବଂ ଡିସିପିଙ୍କୁ ମେଲ ଯୋଗେ ଜଣାଇଥିଲେ। ପରେ ଏହି ଅଭିଯୋଗ ଉପରେ ପାଲଟା ଅଭିଯୋଗ ଆଣିଥିଲେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ।

Comments are closed.