Odisha Link
Bridging the Missing Links in Odisha

ବଢ଼ିପାରେ ରେଳ ଭଡ଼ା

ନୂଆଦିଲ୍ଲୀ: ଆଗମୀ ଦିନରେ ବଢ଼ିପାରେ ରେଳ ଭଡ଼ା। ଏଭଳି ମନ୍ତବ୍ୟ ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ଏଥିସହ ସେ ଆହୁରି କହିଛନ୍ତି ଯେ, ଏବେ ଭଡ଼ା ବଢ଼ିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ସମୀକ୍ଷା ହେଉଛି। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ ଆମେ ଯାତ୍ରୀଙ୍କ ଭଡ଼ା ଓ ମାଲ ଭଡ଼ା ଉପରେ ସମୀକ୍ଷା କରୁଛୁ ବୋଲି କହିଛନ୍ତି ଶ୍ରୀ ଯାଦବ।

ତେବେ ରେଲଓ୍ୱେ ଅଫିସ ମଧ୍ୟ ଏ ବାବଦରେ ମତ ରଖିବାକୁ ଯାଇ କହିଛି, ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଭଡ଼ା ବଢ଼ାଇବା ଏକମାତ୍ର ପଦକ୍ଷେପ।

ତେବେ ବିଳମ୍ୱିତ ରାତିରେ ରେଲଓ୍ୱେ ମୁଖପାତ୍ର କହିଛନ୍ତି, ଯାତ୍ରୀ ଭଡ଼ା ବଢ଼ାଇବା ନେଇ କୌଣସି ପ୍ରସ୍ତାବ ନାହିଁ। ଯାତ୍ରୀଙ୍କ ଭଡ଼ା ବାବଦରେ ତର୍କ ସଙ୍ଗତ ଯୁକ୍ତି ଚାଲିଛି। ଏହାର ଅର୍ଥ ନୁହେଁ ଭଡ଼ା ବଢ଼ିବ ଆବଶ୍ୟକ ପଡ଼ିଲେ ଭଡ଼ା କମିପାରେ।

Comments are closed.