କୃଷି କର୍ମଣ ପୁରସ୍କାର ତୁଛା ବାହାଦୁରୀ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଗତକାଲି ଓଡ଼ିଶାକୁ ମିଳିଥିଲା କୃଷି କର୍ମଣ ପୁରସ୍କାର। ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଥିଲେ। ଏହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା।
ଶ୍ରୀ ସାଲୁଜା ଗଣମାଧ୍ୟମରେ କହିଛନ୍ତି ଯେ, ସବୁ ରାଜ୍ୟ କୃଷି କର୍ମଣ ପୁରସ୍କାର ପାଉଛନ୍ତି। ଚଳିତଥର ୨୧ଟି ରାଜ୍ୟ ଏହି ପୁରସ୍କାର ପାଇଛନ୍ତି। ଏଥିରେ ଅଧିକ ଉତ୍ସାହିତ ହେବାର ନାହିଁ ବୋଲି କହିଛନ୍ତି ଶ୍ରୀ ସାଲୁଜା।
ଏଥିସହିତ ସେ କହିଛନ୍ତି ଯେ, ଓଡ଼ିଶା ପରି ସବୁ ରାଜ୍ୟ ପାଉଛନ୍ତି କୃଷି କର୍ମଣ ପୁରସ୍କାର। ମୁଁ ଛତିଶଗଡ଼ ଯାଇଥିଲି ସେଠାରେ ମଧ୍ୟ କୃଷି କର୍ମଣ ପୁରସ୍କାର ଲେଖିଛନ୍ତି। ଏଥିସହିତ ଭାରତବର୍ଷରେ ଚଳିତଥର ୨୧ଟି ରାଜ୍ୟକୁ କୃଷି କର୍ମଣ ପୁରସ୍କାର ପାଇଛନ୍ତି। ଯଦି ଗୋଟାଏ ରାଜ୍ୟକୁ କେନ୍ଦ୍ର ସରକାର ଦେଉଥାଆନ୍ତା ତେବେ ବାହାଦୁରି ନେବାର ଅଛି। ଆଉ ଏଥିରେ କିଛି ବାହାଦୁରି କି ବାଃ ବାଃ ନେବାର ନାଇଁ ବୋଲି ଶ୍ରୀ ସାଲୁଜା କହିଛନ୍ତି।