Odisha Link
Bridging the Missing Links in Odisha

୬୦ନମ୍ବର ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର: ଆଜି ସକାଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ନିଧିପଣ୍ଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଫଳରେ କାରରେ ଥିବା ୩ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାଯାଇଛି।

 ରୁପ୍ସା ଅଞ୍ଚଳର ପରେଶ ପ୍ରଧାନ, ତାଙ୍କ ପୁଅ ଓ ମାଆ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଅଣାଯାଇଛି।

Comments are closed.