Odisha Link
Bridging the Missing Links in Odisha

ଦେହରେ ନିଆଁ ଲଗାଇଦେଲେ ଯୁବକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୯ ନମ୍ବର ୱାର୍ଡ ଅଧିନ କାହାଳିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚାନ ଅନୁସାରେ କାହାଳିଆ ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳଙ୍କର କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହିତ ଝଗଡା ହୋଇଥିଲା । ଫଳରେ ସେ ଘରୁ ରାଗି ପଳାଇଯାଇଥିଲେ। ଆଜି ତାଙ୍କୁ ଫୋନ୍ କରିବାରୁ ସେ ଉଠାଇନଥିଲେ । ଫଳରେ ଗୋପାଳ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏପରିକି ନିଆଁ ଲାଗି ଘରଟି ମଧ୍ୟ ପୋଡିଯାଇଥିଲା । ଗୋପାଳ ଜଳି ଜଳି ଗାଁରେ ଦୌଡ଼ିବା ଆରମ୍ଭ କରିଥିଲେ। ଦମକଳ ବାହିନୀ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଗୋପାଳକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.