Odisha Link
Bridging the Missing Links in Odisha

କାବୁ ହେଲା ଲଶ୍କର-ଏ-ତୈବା ଆତଙ୍କବାଦୀ ନିସାର୍‌ ଦର୍‌

ନୂଆଦିଲ୍ଲୀ: ଗତକାଲି ଶ୍ରୀନଗରରୁ ନିରାପତ୍ତା ବଳ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ନିସାର୍‌ ଅହମଦ୍‌ ଦର୍‌କୁ ଗିରଫ କରିଛି। ନିସାର୍‌ ଆତ୍ମଗୋପନ କରିଥିବା ସ୍ଥାନ ବିଷୟରେ ପୂର୍ବରୁ ନିରାପତ୍ତା ବଳକୁ ସୂଚନା ମିଳିଥିଲା। ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ ନିସାର୍‌କୁ ଗିରଫ କରିଛି। ୨୦୧୯ ମସିହା ନଭେମ୍ବର ମାସରେ କୁଲ୍ଲନ ଗନ୍ଦେରବଲ୍‌ ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିଯାଇଥିବା ନିସାର୍‌ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଜଣା ପଡିଛି। ଗିରଫ ସମୟରେ ନିରାପତ୍ତା ବଳ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ସୂଚନା ଅନୁସାରେ, ୨୩ ବର୍ଷିୟ ନିସାର୍‌ ଅହମଦ୍‌ ଦର୍‌ ଆତଙ୍କବାଦୀ ତାଲିକାଭୁକ୍ତ ହୋଇଥିବା ସହ ତାଙ୍କ ନାମରେ ୮ଟି ଏଫ୍‌ଆଇର୍‌ ରୁଜୁ ହୋଇଥିଲା। ପୂର୍ବରୁ ସେ ପବ୍ଲିକ୍‌ ସେଫ୍‌ଟି ଆକ୍‌ଟ୍‌ରେ ଦୁଇ ଥର ଅଟକ ଥିଲେ।

Comments are closed.