Odisha Link
Bridging the Missing Links in Odisha

ଆମେରିକାର ଆକ୍ରମଣ ପରେ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣରେ ଇରାନ ସେନାର ଜଣେ ପ୍ରମୁଖ କମାଣ୍ଡର ନିହତ ହେବା ପରେ ଏବେ ସୁନା ବଜାରରେପ୍ରଭାବ ଦେଖିବାକୁ ମିଳିଛି। ହଠାତ ସୁନାର ମୂଲ୍ୟ ବଢ଼ିଯାଇଛି। ଆଗକୁ ଆମେରିକା ଓ ଇରାନ ଭିତରେ ଯୁଦ୍ଧ ହେବାର ଆଶଙ୍କା ଥିବାରୁ ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦର ୭୫୨ ଟଙ୍କା ବୃଦ୍ଧି ପାଇ ୪୦,୬୫୨ ଟଙ୍କା ‌ହୋଇଯାଇଛି। ସୁନା ଭଳି ରୂପା ଦାମ୍ ମଧ୍ୟ ବଢ଼ିଛି। ରୁପାର କିଲୋ ପିଛା ଦର ୯୬୦ ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଯାଇଛି।

ଆକାଶମାର୍ଗରୁ ଆମେରିକାର ଆକ୍ରମଣ ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ହଠାତ୍‌ ୧୮.୨୦ ଡଲାର ବୃଦ୍ଧି ପାଇ ୧୫୪୭ ଡଲାର ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ସୁନା ବଜାର ଉପରେ ପଡ଼ିଛି। ସୁନା ଦରରେ ଘଟିଥିବା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ଦାମ୍ କମ୍ ରହିବାକୁ ଅନ୍ୟତମ କାରଣ ଭାବେ ବିଚାର କରାଯାଉଛି। ଆଜି ଭାରତରେ ଏକ ଆମେରିକୀୟ ଡଲାର ମୂଲ୍ୟ ୭୧ ଟଙ୍କା ୬୨ ପଇସା ରହିଛି।

Comments are closed.