ଦୁଷ୍ମର୍ମ ହୋଇଛି, ଏସ୍ପି ମିଛ କହୁଛନ୍ତି : ପୀଡ଼ିତା

ପୁରୀ: ବଳଙ୍ଗା ଥାନା ଏଏସ୍ଆଇଙ୍କ ନାଁରେ ଦୁଷ୍ମର୍ମ ଅଭିଯୋଗ ମାମଲା ପୁଣି ନୂଆ ମୋଡ଼ ନେଉଛି। ଦୁଷ୍କର୍ମ ହୋଇଛି ବୋଲି ଦୃଢ଼ତାର ସହ କହିଛନ୍ତି ପୀଡ଼ିତା ମହିଳା। ପୀଡ଼ିତା ଜଣଙ୍କ କହିଛନ୍ତି ଯେ, ଦୁଷ୍କର୍ମ ହୋଇଛି କିନ୍ତୁ ମୁଁ କେବଳ ଡାକ୍ତରୀମାଇନା ପାଇଁ ମନା କରିଛି। ଦୁଷ୍କର୍ମ ହୋଇନି ବୋଲି ଏସ୍ପି କହୁଛନ୍ତି ହେଲେ ତାହା ମିଛ। ୧୬୪ ବୟାନରେ ଦୁଷ୍ମର୍ମ ଅଭିଯୋଗ କରିନଥିବା କହିଥିଲେ ଏସ୍ପି।
ପ୍ରକାଶ ଯେ ପୁରୀ ଜିଲ୍ଲା ବଳଙ୍ଗା ଥାନ ଏଏସଆଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ମହିଳା। ଅଭିଯୋଗ ହେବା ପରେ କାଲି ଏଏସଆଇଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ମୁଁ ନିର୍ଦ୍ଦୋଷ, ଏଭଳି କୌଣସି ଦୁଷ୍କର୍ମ କରିନାହିଁ, ବଳଙ୍ଗା ପୁଲିସ ଷ୍ଟେସନର ଜଣେ ଅଧିକାରୀ ଓ ଦଲାଲ ମୋତେ ଫସାଇବା ପାଇଁ ଚକ୍ରାନ୍ତ କରିଛନ୍ତି। ଏଭଳି କିଛି ବୟାନ ଦେଇଛନ୍ତି ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ। ଅଭିଯୋଗ ମୁତାବକ ୨୦୧୯ ଏପ୍ରିଲ ମାସରେ ଜନୈକ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କୁ ଥାନାରୁ ମୁକୁଳାଇବାକୁ ଯାଇଥିଲେ କିନ୍ତୁ ଏଏସଆଇ ଚିତ୍ତରଞ୍ଜନ ଦଫା କୋହଳ କରିଦେବା ପ୍ରତିଶୃତି ଦେଇ ନିଜ ବାସଭବନରେ ସମ୍ପୃକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଇତି ମଧ୍ୟରେ ଚିତ୍ତରଞ୍ଜନଙ୍କ ବିରୋଧରେ ବଳଙ୍ଗା ଥାନାରେ କେସ ନମ୍ବର ୨/୨୦୨୦ରେ ମାମଲା ରୁଜ୍ଜୁ ହେବା ସହ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ଓ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି।
ଦୁଷ୍କର୍ମ ଶିକାର ମହିଳାଙ୍କ ସ୍ୱାମୀଙ୍କୁ କେଉଁ ଘଟଣାରେ ଗିରଫ କରାଯାଇଥିଲା ଓ କେଉଁ ଦଫା ଲଗା ଯାଇଛି ସେ ସମ୍ପର୍କରେ ପୁଲିସ ନୀରବ ରହିଛି। ଅନ୍ୟ ପକ୍ଷରେ ଘଟଣା ଘଟିବାର ୯ମାସ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ମହିଳା ଜଣକ କାହିଁକି ଅଭିଯୋଗ କରି ନ ଥିଲେ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି। ତେବେ ଗିରଫ ଚିତ୍ତରଞ୍ଜନଙ୍କ ବୟାନ ଯଦି ସତ ହୁଏ ତା ହେଲେ ରାଜ୍ୟରେ ଥାନାଗୁଡିକରେ ସରକାରଙ୍କ ‘୫ଟି’ ଏବେ ମଧ୍ୟ ଅପହଞ୍ଚ ରହିଛି ଓ ଦଲାଲମାନେ ପୂର୍ବ ଭଳି ସକ୍ରିୟ ରହିଥିବା ପ୍ରମାଣିତ ହେଉଛି।