Odisha Link
Bridging the Missing Links in Odisha

ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼

ଶ୍ରୀନଗର: ଆଜି ଶ୍ରୀନଗରରେ କବଦରା ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସିଆରପିଏଫ ଯବାନଙ୍କ ଏକ ପାଟ୍ରୋଲିଂ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନକୁ ଜୋରଦାର କରିଦେଇଛନ୍ତି।

କବଦରା ଅଞ୍ଚଳରେ ଥିବା ଘାଟିରେ ପରିସ୍ଥିତିକୁ ଖରାପ କରିବା ପାଇଁ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ବାରମ୍ବାର ପ୍ରୟାସ କରିଆସୁଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟ​‌ରେ ଭୟର ବାତାବରଣ ସୃଷ୍ଟି କରିବା ଲାଗି ଆକ୍ରମଣ କରୁଛନ୍ତି। ଏହା ପୂର୍ବରୁ ଗତ ଶୁକ୍ରବାର ନୌସେରା ସେକ୍ଟରର କଲାଲ ଅଞ୍ଚଳରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏଥିରେ ସେନାର ୪ ଯବାନ ଆହତ ହୋଇଥିଲେ।

Comments are closed.