Odisha Link
Bridging the Missing Links in Odisha

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ସଚେତନତା ଯାତ୍ରା

ହାଟଡିହୀ: କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଇଞ୍ଚୋଳର ସାମାଜିକ ସଙ୍ଗଠନ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଏକ ଦ୍ୱିଚକ୍ରିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏହାର ମୂଳ ଉଦ୍ଧେଶ୍ୟ ଥିଲା ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଇଞ୍ଚୋଳ ଓ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା।ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଦ୍ୱିଚକ୍ରି ଅଭିଯାନରେ ଉଦ୍ଘାଟକ ଭାବେ ଆନନ୍ଦପୁର ପ୍ରେସ କ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ ଓ ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଯୋଗ ଦେଇଥିଲେ।

ସମ୍ମାନୀତ ଅତିଥି ରୂପେ ଇଞ୍ଚୋଳ ପଞ୍ଚାୟତ ର ସରପଞ୍ଚ ପାର୍ବତୀ ନାଇକ ଓ ଜ୍ୟୋତିର୍ବିଦ ଅନାଦି ଚରଣ ମହାରଣା ଯୋଗ ଦେଇଥିଲେ ।ଶ୍ରୀଯୁକ୍ତ ରାଉତ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ କିଭଳି ଆମ ପରିବେଶ କୁ କ୍ଷତି ପହଞ୍ଚାଉଛି ତାହା ଉପରେ ଆଲୋକପାତ କରିଥିଲେ ।ଶ୍ରୀଯୁକ୍ତ ଆଚାର୍ଯ୍ୟ ବାସ୍ତବବାଦୀ ଓ ଆଚରଣ ଉଚ୍ଚାରଣ କୁ ଏକତ୍ର କରି ଚାଲିବାକୁ ଆହ୍ୱାନ ଦେଇଥିଲେ ।ପରେପରେ ଅତିଥିମାନେ ସବୁଜ ପତାକା ଦେଖାଇ ଗଣଦ୍ୱିଚକ୍ରି ଅଭିଯାନକୁ ଉଦ୍ଘାଟନ କରିଥିଲେ ।ଶ୍ରୀକାନ୍ତ ରାଉତ,ଅଭିମନ୍ୟୁ ନାୟକ , ଇନ୍ଦ୍ରମଣୀ ଯେନା, ଅଭିନ୍ନ ଯେନା,ରବିନ୍ଦ୍ର ସୁଆର, ଉମାକାନ୍ତ ପଣ୍ଡା ,ବିଜୟ ସାହୁ ରଞ୍ଜନ କୁମାର ପଣ୍ଡା ,ସୁକୁମାର ନାୟକ,ଶୁଭମ ମହାପାତ୍ର,ସଞ୍ଜିବ୍ ପଣ୍ଡା,ରାଜ୍ କିଶୋର ଯେନା ଜ୍ୟୋତିର୍ମୟ ପଣ୍ଡା ,ଶ୍ରୀମନ୍ତ ନାୟକ,ସାଇବ ପଣ୍ଡା ,ସରୋଜ ନାୟକ,ରିତେନ୍ଦ୍ର ସୁଆର ,ରୁଦ୍ର ନାରାୟଣ ପଣ୍ଡା ପ୍ରମୁଖ ଦ୍ୱିଚକ୍ରିକା ଅଭିଯାନରେ ଅଂଶଗ୍ରହଣ କରି ପଞ୍ଚାୟତ ପରିକ୍ରମା କରିବା ସହ କାଗଜ ଖୋଳ ବଣ୍ଟନ କରାଯାଇଥିଲା ।ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ନିମିତ୍ତ ଜନସାଧାରଣଙ୍କୁ ବୁଝାଇଥିଲେ….।

Comments are closed.