Odisha Link
Bridging the Missing Links in Odisha

ହ୍ରାସ ପାଇଲା ସେନସେକ୍ସ-ନିଫ୍ଟି

ମୁମ୍ବ।ଇ: ବାଗଦାଦ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ର ପ୍ରଭାବ ଭାରତରେ ପରିଲିକ୍ଷିତ ହୋଇଛି। ବାଗଦାଦ ଉପରେ ହୋଇଥିବା ଆକ୍ରମଣ ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି। ‌ସେୟାର ବଜାର ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିବା ସୋମବାର ଦେଖିବାକୁ ମିଳିଛି। ​

ସକାଳ ୧୧ଟା ୩୯ ମିନିଟରେ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ)ର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧.୪୭ ପ୍ରତିଶତ ଅର୍ଥାତ୍ ୬୧୧.୩୩ ପଏଣ୍ଟ ହ୍ରାସ ପାଇ ୪୦,୮୫୩.୨୮ ସ୍ତରରେ କାରୋବାର ଚାଲିଛି। ସେହିପରି ଅନ୍ତର୍ଜାତୀୟ ଷ୍ଟକ୍ ଏକ୍ସଚେଞ୍ଚର ନିଫ୍ଟି ମଧ୍ୟ ହ୍ରାସ ପାଇଥିବା ପରିଲିକ୍ଷିତ ହୋଇଛି। ନିଫ୍ଟି ୧.୪୩ ପ୍ରତିଶତ ଅର୍ଥାତ୍ ୧୭୪.୮୫ ପଏଣ୍ଟ ହ୍ରାସ ପାଇ ୧୨,୦୫୧.୮୫ ସ୍ତରରେ କାରୋବାର ଚାଲିଛି।

ସୋମବାର ସକାଳେ ସେୟାର ବଜାର ଖୋଲିବା ସମୟ​‌ରେ ସେନସେକ୍ସ ୧୫୧.୩୯ ପଏଣ୍ଟ ଅର୍ଥାତ୍ ୦.୩୭ ପ୍ରତିଶତ ହ୍ରାସ ପାଇ ୪୧,୩୧୩.୨୨ ସ୍ତରରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୦.୫୨ ପ୍ରତିଶତ ଅର୍ଥାତ୍ ୬୩.୦୫ ପଏଣ୍ଟ ହ୍ରାସ ପାଇ ୧୨,୧୬୩.୬୦ ସ୍ତରରେ ଥିଲା।

Comments are closed.