Odisha Link
Bridging the Missing Links in Odisha

୨୦୧୯ ନା ୨୦୨୦

ଭୁବନେଶ୍ବର: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସଂଘ। ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ଦେଶର ପ୍ରମୁଖ ୧୦ଟି ଶ୍ରମିକ ସଂଘ ମିଳିତ ଭାବେ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ଗତକାଲି କଂଗ୍ରେସ ସମର୍ଥନ କରିବା ସହିତ ଆଜି ବିଜେଡ଼ି ଦଳ ବି ଏହାକୁ ସମର୍ଥନ କରିଛି।

ଏହି ବନ୍ଦକୁ ଆଖି ଆଗରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ଏକ ନୋଟିସ୍ ଜାରି କରିଛି। ସରକାରୀ ବିଜ୍ଞପ୍ତି ଏଯାଏଁ ହସ୍ତଗତ ହୋଇନଥିବା ବେଳେ ଗୋଟିଏ ପୁରୁଣା ଚିଠି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାରିଖଟି ୦୭.୦୧.୨୦୨୦ ହେବା ପରିବର୍ତ୍ତେ ୦୭.୦୧.୨୦୧୯ ଲେଖା ରହିଛି। ଏଥିରେ ଥିବା ଅତିରିକ୍ତ ସଚିବଙ୍କ ସ୍ବାକ୍ଷରଟି ବି ସେହି ସମାନ ତାରିଖ ରହିଛି।

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି, ୨୦୧୯ ଜାନୁଆରି ୮ ଓ ୯ ତାରିଖ ମଧ୍ୟ ଭାରତ ବନ୍ଦ ହୋଇଥିଲା। ସମ୍ଭବତଃ ଏହି ଚିଠିଟି ସେହି ସମୟର। ଏଥର ମଧ୍ୟ ସମାନ ତାରିଖରେ ବନ୍ଦ ଡାକରା ହୋଇଥିବାରୁ ସମ୍ଭବତଃ କେହି ପୁରୁଣା ଚିଠିଟିକୁ ପୁଣି ଥରେ ଭାଇରାଲ୍‌ କରିବାକୁ ଚେଷ୍ଟା କରିଛି।

Comments are closed.