Odisha Link
Bridging the Missing Links in Odisha

ଜାନୁଆରୀ ୧୦ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଜାନୁଆରୀ ୧୦ରେ ହେବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ ଜାନୁଆରୀ ୧୧ ତାରିଖ, ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଉପଛାୟା ଚନ୍ଦ୍ର ଗ୍ରହଣ ଅପେକ୍ଷାକୃତ ଦୁର୍ବଳ ଥାଏ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ।

ଚଳିତ ବର୍ଷ ମୋଟ୍‌ ୪ଟି ଚନ୍ଦ୍ର ଗ୍ରହଣ ଲାଗିବ। ଜାନୁଆରୀ ୧୦ ପରେ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଜୁନ୍‌ ୫ରେ, ତୃତୀୟ ଗ୍ରହଣ ଜୁଲାଇ ଓ ଚତୁର୍ଥ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ରେ ଲାଗିବ। ଏହି ଚନ୍ଦ୍ର ଗ୍ରହଣ ପୂରା ଭାରତରେ ଦେଖାଯିବ। ଏହାଛଡ଼ା ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆର ଅଧିକାଂଶ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିବ। ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ଆପଣଙ୍କୁ ସେଭଳି କିଛି ସାବଧାନତା ରହିବାର ଆବଶ୍ୟକତା ନାହିଁ। ଚନ୍ଦ୍ର ଗ୍ରହଣକୁ ଆପଣ ଖାଲି ଆଖିରେ ଦେଖି ପାରିବେ। ଟେଲିସ୍କୋପ୍‌ ସାହାଯ୍ୟରେ ଚନ୍ଦ୍ର ଗ୍ରହଣକୁ ଦେଖିଲେ ଏହା ଅତି ସୁନ୍ଦର ଓ ସ୍ପଷ୍ଟ ଭାବରେ ଦେଖାଯିବ।

Comments are closed.