Odisha Link
Bridging the Missing Links in Odisha

ପୁଣି କାଲିଠୁ ବର୍ଷା

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ ଓ କେନ୍ଦୁଝର। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୯ ତାରିଖ ଦିନ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ୧୦ ତାରିଖ ଦିନ କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ତାପମାତ୍ରା ସ୍ୱାଭାବିକରୁ ୩ ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ବର୍ଷାର ଛାଡ଼ିବା ପରେ ପୁଣି ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Comments are closed.