Odisha Link
Bridging the Missing Links in Odisha

ସୁରଙ୍କ ଚେତାବନୀ

ଖୋର୍ଦ୍ଧା : ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଉତରାୟ। ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ଜମି ବୋଲି ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି। ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ କରିବାକୁ ବିଧାୟକ ସୁର ରାଉତରାୟ ଚେତାବନୀ ଦେଇଛନ୍ତି। ସୁରଙ୍କ ଅଭିଯୋଗ ଅନୁସାରେ ଏଭଳି ତ୍ରୁଟି ଯୋଗୁଁ ୨୭ଟି ଗାଁର ପ୍ରାୟ ୨୦୦ଶହ ପରିବାର ନିଜର ଆବଶ୍ୟକତା ମେଣ୍ଟାଇବାକୁ ଜମି ବିକ୍ରି ପାରୁନାହାନ୍ତି ଏଥିସହ ସେହି ଜମିରେ ଗୃହ ନିର୍ମାଣ କରି ବସବାସ କରୁଥିବା ବ୍ୟକ୍ତିମାନେ ସ୍କୁଲ, ଡାକ୍ତରଖାନା, ରାସ୍ତା ଆଦି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏପରିକି ବାତ୍ୟା ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଆଦି ସହାୟତା ମଧ୍ୟ ବଞ୍ଚିତ ହେଉଛନ୍ତି। ଏହି ମାମଲା କୋର୍ଟରେ ଲୋକଙ୍କ ସପକ୍ଷରେ ରହିଥିବା ସତ୍ତ୍ବେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରୁନାହିଁ। ଯଦି ୨୬ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହୁଏ ତେବେ ୨୭ ତାରିଖରେ ଶତାଧିକ ଲୋକ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହୁତି ଦେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୧୨ ମସିହାରେ ଜଟଣୀର ୨୭ଟି ଗ୍ରାମର ବ୍ୟକ୍ତିଗତ ମାଲିକାନାରେ ଥିବା ଶତାଧିକ ଏକର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ଶ୍ରୀଜଗନ୍ନାଥଙ୍କ ଜମି ବୋଲି ଚିହ୍ନଟ କରି ଏହାର କିଣାବିକା ଉପରେ ରୋକ୍‌ ଲଗାଇଥିଲା। ଏହାକୁ ନେଇ ଜଟଣୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ସୁର କ୍ରମାଗତ ଭାବେ ଜିଲ୍ଲାସ୍ତରୀୟ ବିଭିନ୍ନ ବୈଠକରେ ଏହି ପ୍ରସଙ୍ଗ ଉଠାଇ ଏହାର ସମାଧାନ ପାଇଁ ଦାବି କରି ଆସୁଛନ୍ତି। ଏଥିସହ ଏକ ଚରମ ପତ୍ର ଦେଇଛନ୍ତି ଏବଂ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର କରିବାକୁ ମଧ୍ୟ ସେ ଦାବି କରିଛନ୍ତି।ଜିଲ୍ଳାପାଳ ଘଟଣାର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ରାଜ୍ୟ ରାଜସ୍ବ ବିଭାଗକୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

Comments are closed.