Odisha Link
Bridging the Missing Links in Odisha

ଫନୀ: ୮ମାସ ପରେ କିଭଳି ଦିଶୁଛି ମେରାଇନ୍‌ ଡ୍ରାଇଭ ରୋଡ, ନବୀନ ସେୟାର କଲେ ଫଟୋ

ଭୁବନେଶ୍ବର: ଏହାରି ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫନୀ’କୁ ପୁରିଲାଣି ୮ମାସ। ଫନୀ ୮ମାସ ତଳେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ। ଯାହା ପୁରୀ ଜିଲ୍ଲାକୁ ବହୁଳ କ୍ଷତି ପହଞ୍ଚାଇଥିଲା। ପର୍ଯ୍ୟଟନର ପ୍ରଶସ୍ତ ମାର୍ଗ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାଲୁଖଣ୍ଡର ହଜାର ହଜାର ଗଛ ଉପୁଡିଯିବା ସହ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହୋଇଥିଲା। ହେଲେ ୮ମାସ ପରେ କିପରି ଦିଶୁଛି ମେରାଇନ୍‌ ଡ୍ରାଇଭ ରୋଡ। ସେନେଇ ଏକ ଫଟୋ ଟ୍ବିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସବୁଠୁ ବଡ଼ କଥା ହେଲେ ଏହି ଝଡର ପ୍ରାୟ ୮ମାସ ପରେ ଏହି ମାର୍ଗ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଛି। ଏହି ମାର୍ଗର ଏକ ସୁନ୍ଦର ଫଟୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି। କୌଣସି ଝଡକୁ ସମ୍ମୁଖୀନ ହୋଇ ପୁଣି ଉଠିବାର ସାମର୍ଥ୍ୟ ଓଡ଼ିଶା ଜନସାଧାରଣଙ୍କ ଅଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଟୁଇଟରେ ଉଲ୍ଲେଖ କରିଛନ୍ତି।

Comments are closed.