Odisha Link
Bridging the Missing Links in Odisha

ରାସ୍ତାରେ ଫାଟିଲା ଆମ୍ବୁଲାନ୍ସ ଚକା

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବାବେଳେ ଚକା ଫାଟି ଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟିହୋଇ ଯାଇଛି।

ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଓଡ଼ି୦୧ଏଡି-୬୩୩୬ ନମ୍ବର ବିଶିଷ୍ଟ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଜାମୁନା ଅଞ୍ଚଳକୁ ଯାଉଥିଲା। ରାସ୍ତାରେ ଯିବା ବେଳେ ହଠାତ୍ ଗାଡିର ଆଗ ଚକା ଫାଟିଯିବାରୁ ଭାଲୁକାଶୁଣି ତିନିକୋଶିଆ ଜଙ୍ଗଲରେ ଥିବା ଏକ ଗଛକୁ ଯାଇ ପିଟିହୋଇଥିଲା। ଫଳରେ ଡ୍ରାଇଭର ସଂଜୟ ଦାସଙ୍କ ଛାତିରେ ଆଘାତ ଲାଗିଛି। ବସିଥିବା ଅନ୍ୟଜଣେ ଆହତ ହୋଇଛନ୍ତି।

Comments are closed.